ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡି

୧୯ଟି ଦଳ ବିରୋଧ କରୁଥିବା ବେଳେ ଏହି ପଦକ୍ଷେପ ଅଧିକ ମହତ୍ୱ ରଖିଛି ।

ବିଜେଡି ଏକ ଅଫିସିଆଲ ବିବୃତି ଜାରି କରିଛି

ଭୁବନେଶ୍ୱର : ନୂଆଦିଲ୍ଲୀରେ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଏହି ଉଦଘାଟନକୁ ଦେଶର କଂଗ୍ରେସ ନେତୃତ୍ୱାଧୀନ ୧୯ଟି ଦଳ ବିରୋଧ କରୁଥିବା ବେଳେ ବିଜେଡିର ଏହି ପଦକ୍ଷେପ ଅଧିକ ମହତ୍ୱ ରଖିଛି ।
ଏ ସଂକ୍ରାନ୍ତରେ ବିଜେଡି ଏକ ଅଫିସିଆଲ ବିବୃତି ଜାରି କରିଛି । ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏକ ବିବୃତିରେ କହିଛନ୍ତି ଯେ, ‘‘ବିଜେଡି ଏହି ମହତ୍ୱପୂର୍ଣ୍ଣ ଉସôବର ଅଂଶ ହେବ । ଉଭୟ ସାଂସଦ ଏବଂ ଭାରତୀୟ ଗଣତନ୍ତ୍ରର ପ୍ରତୀକ । ଭାରତର ସମ୍ବିଧାନରୁ ସେମାନଙ୍କର ଅଧିକାର ଆଣୁଛନ୍ତି । ସେମାନଙ୍କର ଅଧିକାର ସ୍ଥିତିକୁ ସର୍ବଦା ସୁରକ୍ଷିତ ରଖିବା ଉଚିତ୍ । ବିଜେଡି ବିଶ୍ୱାସ କରେ ଯେ ଏହି ସାମ୍ବିଧାନିକ ଅନୁଷ୍ଠାନଗୁଡିକ ଯେକୌଣସି ପ୍ରସଙ୍ଗଠାରୁ ଅଧିକ ଉଚିତ୍ ଯାହା ସେମାନଙ୍କର ପବିତ୍ରତା ଏବଂ ସମ୍ମାନ ଉପରେ ପ୍ରଭାବ ପକାଇପାରେ ।’’
ସୂଚନାନୁଯାୟୀ, ବିଜେପିର ଏହି ଉଦଘାଟନ ସମାରୋହକୁ ବିରୋଧ କରୁଥିବା ରାଜନୈତିକ ଦଳଗୁଡିକ ହେଲା; କଂଗ୍ରେସ, ଡିଏମକେ, ଆପ, ଟିଏମସି, ଶିବ ସେନା(ୟୁବିଟି), ସମାଜବାଦି ପାର୍ଟି(ଏସପି), କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ), ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ), କେରଳ କଂଗ୍ରେସ(ମାନି), ବିଦୁଥଲାଇ ଚିରିଥୈଗଲ କତ୍ଚି(ଭିସିକେ), ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି), ଜେଡିୟୁ, ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି), କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଅ(ମାର୍କ୍ସିଷ୍ଟ)ା, ରାଷ୍ଟ୍ରିୟ ଜନତା ଦଳ(ଆରଜେଡି), ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍(ଆଇୟୁଏମଏଲ), ନ୍ୟାସନାଲ କନଫରେନ୍ସ(ଏନସି), ରିଭୋଲୁ୍ୟସନାରି ସୋସିଆଲିଷ୍ଟ ପାର୍ଟି(ଆରଏସପି), ମାରୁମଲାର୍ଚ୍ଚି ଦ୍ରାବିଡ ମୁନେତ୍ରା କଜହ୍ଗମ(ଏମଡିଏମକେ) ।