ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବ ପାକିସ୍ତାନ ସରକାର

ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ।

ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଂସଦକୁ ଅନୁମୋଦନ ପାଇଁ ପଠାଯିବ ।

ଇସଲାମାବାଦ : ପାକିସ୍ତାନର ରାଜନୈତିକ ଦଳ ଉପରେ ସଙ୍କଟ ଅତ୍ୟନ୍ତ ଗଭୀର ହୋଇ ପଡିଛି । ବର୍ତମାନର ସରକାର ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି । ସେ କହିଛନ୍ତି ଯେ, ‘‘ଯଦି ସରକାର ପୂର୍ବତନ ଶାସକ ଦଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନିଅନ୍ତି ତେବେ ସଂସଦକୁ ଅନୁମୋଦନ ପାଇଁ ପଠାଯିବ । ଇମ୍ରାନଙ୍କ ଗିରଫ ପରେ ପିଟିଆଇ ଦେଶର ପ୍ରାୟ ସବୁ ସ୍ଥାନରେ ଆକ୍ରମଣ ପ୍ରଦର୍ଶନ କରାଯାଉଛି, ଯାହାକୁ ସହ୍ୟ କରିହେବ ନାହିଁ ।’’
ସୂଚନାଯୋଗ୍ୟ ଯେ, ଦୁର୍ନୀତି ଅଭିଯୋଗରେ ଇମ୍ରାନ ଖାନଙ୍କ ଗିରଫଦାରୀ ହେତୁ ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏହି ପଦକ୍ଷେପ ନେବା ପାଇଁ ଚିନ୍ତା କରାଯାଉଛି ।