ଜଗା ଦର୍ଶନ ହେଲା ଶେଷ ଦର୍ଶନ: କାରକୁ ଧକ୍କା ଦେଲା ଟ୍ରକ, ବାପା-ପୁଅ ମୃତ -ମାଆ ଝିଅ ଗୁରୁତର
ଏକ ପରିବାର ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ବେଳେ ଏକ କାରକୁ ଟ୍ରକ ଧକ୍କା ଦେଇଥିଲା।ଏଥିରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା-ଝିଅ ଗୁରୁତର ହୋଇଛନ୍ତି।
ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ସର୍ଗିପାଲି ନିକଟରେ।
ଅନୁଗୁଳ:- ବିଧିର ବିଧାନ କେ କରିବ ଆନ।ଯାହା ଭାଗ୍ୟରେ ଅଛି ତାହା ହିଁ ଘଟିବ।ପ୍ରଭୁଙ୍କ ଆଶୀର୍ବାଦ ପାଇଁ ମଣିଷ ତାଙ୍କ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଥାଏ।ଆଉ ତାଙ୍କୁ ନିଜର ସବୁ ଦୁଃଖ ଜଣାଇ ଫେରି ଆସେ।ହେଲେ ପ୍ରଭୁଙ୍କ ଲୀଳା ବୁଝିବା ଅସମ୍ଭବ।ଯାହାକି ପ୍ରଭୁ ଦର୍ଶନ ହିଁ କେତେବେଳେ ଶେଷ ଦର୍ଶନ ହୋଇଯାଏ ତାହା ପ୍ରଭୁ ହିଁ ଜାଣନ୍ତି।ଯାହାକି ଆଜିର ଏହି ଲୋମ ଟାଙ୍କୁରା ଘଟଣାରୁ ଜଣାଯାଏ।ଏକ ପରିବାର ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ବେଳେ ଏକ କାରକୁ ଟ୍ରକ ଧକ୍କା ଦେଇଥିଲା।ଏଥିରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା-ଝିଅ ଗୁରୁତର ହୋଇଛନ୍ତି।ଏଇଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ସର୍ଗିପାଲି ନିକଟରେ।
ସୂଚନା ଯେ ବେଲପାହାଡ଼ ଅଞ୍ଚଳର ପ୍ରଭାତ ବୋଷ, ସ୍ତ୍ରୀ ସଙ୍ଗୀତା ବୋଷ, ଝିଅ ସ୍ମୃତି ବୋଷ ଓ ପୁଅ ଓମ ବୋଷ ଏକ ମାରୁତି କାରରେ ପୁରୀରୁ ଜଗନାଥଙ୍କ ଦର୍ଶନ ଶେଷ କରି ବେଲପାହଡ଼କୁ ଫେରୁଥିଲେ । ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ସର୍ଗିପାଲି ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା।ଟ୍ରକ ଧକ୍କା ଏତେ ଜୋରରେ ଥିଲା ଯେ କାର ସମ୍ମୁଖରେ ବସିଥିବା ବାପା ପ୍ରଭାତ ବୋଷ ଓ ପୁଅ ଓମ ବୋଷଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ମା’ ଓ ଝିଅଙ୍କ ଅବସ୍ଥା ଗୁରୁତର ହୋଇଥିଲା।ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।