ପୁରୀରେ ବାପାକୁ ହତ୍ୟା କଲା ମଦ୍ୟପ ପୁଅ
ମଦ ପିଇବା ଅଭ୍ୟାସ ପାଇଁ ବାପାଙ୍କୁ ହତ୍ୟା କଲା ପୁଅ
ପୁଅର ଆକ୍ରମଣରୁ ମାଆ ବର୍ତି ଯାଇଥିବା ବେଳେ ବାପା ବର୍ତି ପାରିଲେ ନାହିଁ
ପିପିଲି: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଶଙ୍ଖନ୍ତି ଗାଁରେ ଜଣେ ନିଶାସକ୍ତ ଯୁବକ ନିଜ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଙ୍କ ନାମ ହରେକୃଷ୍ଣ ପ୍ରଧାନ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ପୁଅ ଜିତୁ ପ୍ରଧାନ।
ମିଳିଥିବା ସୂଚନା ଅନୁଯାୟୀ, ଜିତୁ ପ୍ରଧାନ ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଫେରିଥିଲେ। ମଦ୍ୟପାନ ଅଭ୍ୟାସ ପାଇଁ ବାପା ତାଙ୍କୁ ଗାଳି ଗୁଲଜ କରିବାରୁ ଜିତୁ ମଦ୍ୟପାନ କରି ହରେକୃଷ୍ଣଙ୍କୁ କୁରାଢିରେ ପିଟି ହତ୍ୟା କରିଥିଲେ। ପଡ଼ୋଶୀମାନେ କହିଛନ୍ତି ଯେ ଜିତୁ ପ୍ରବଳ ମଦ୍ୟପାନ କରୁଥିଲେ ଏବଂ ପ୍ରତିଦିନ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲେ। ମଦ ଖର୍ଚ୍ଚ ତୁଲାଇବା ପାଇଁ ଟଙ୍କା ପାଇଁ ବାପାମାଆଙ୍କୁ ହଇରାଣ କରୁଥିଲା। ଜିତୁଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ ପରିବାରରେ ବାରମ୍ବାର ଝଗଡ଼ା ହେଉଥିଲା। ବୁଧବାର ରାତିରେ ଜିତୁ ତାଙ୍କ ପିତାମାତାଙ୍କୁ ଗାଳିଗୁଲଜ କରିବା ପାଇଁ କୁରାଢି ଧରି ପିଛା କରିଥିଲେ। ଆକ୍ରମଣରୁ ତାଙ୍କ ମା’ ବର୍ତ୍ତି ପାରିଥିବା ବେଳେ ଜିତୁ ତାଙ୍କ ବାପାଙ୍କୁ ଧରି ହତ୍ୟା କରିଥିଲେ।