ଗ୍ରୀଷ୍ମ ପ୍ରବାହ ମଧ୍ୟରେ କାଳବୈଶାଖୀର ପ୍ରଭାବ
ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି।
ଓଡ଼ିଶାର ୯ ଟି ଜିଲ୍ଲା ପାଇଁ ବର୍ଷା ସତର୍କ ସୂଚନା ଜାରି କଲା ଆଇଏମଡି
ଭୁବନେଶ୍ୱର: ଓଡ଼ିଶାରେ ଗତ କିଛି ଦିନ ହେବ ପାଗରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ (କାଳବୈଶାଖୀ) ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀର ପ୍ରଭାବ ମଧ୍ୟ ପଡୁଛି । ରାଜ୍ୟରେ ଆହୁରି ତାତି ବଢିବ । ଅନେକ ସ୍ଥାନରେ ୪୫ ଡିଗ୍ରୀ ଉପରକୁ ପାରଦ ତାପମାତ୍ରା ରହୁଛି । କିନ୍ତୁ ଏହା ଭିତରେ ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଜୁନ୍ ୩ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ବହିବ।
କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ। ଅନ୍ୟପକ୍ଷରେ ଆସନ୍ତା ୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।