ଏଲନ୍ ମସ୍କ ପୁଣି ଥରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି
ପ୍ୟାରିସ୍ କାରବାରରେ ଆର୍ନାଲ୍ଟର ଏଲଭିଏମ୍ଏଚର ସେୟାର ୨.୬% ହ୍ରାସ ପାଇବା ପରେ ଏଲନ୍ ମସ୍କ ଅଧିକାରୀ ବୁଧବାର ବିଳାସପୂର୍ଣ୍ଣ ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇଦେଇଛନ୍ତି।
ଦ୍ୱିତୀୟ ସ୍ଥାନରେ ବର୍ନାର୍ଡ ଆର୍ନାଲ୍ଟ
ଭୁବନେଶ୍ୱର: ଏଲନ୍ ମସ୍କ ପୁଣି ଥରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ର ଟାଇଟଲ ହାସଲ କରିଛନ୍ତି । ପ୍ୟାରିସରେ ଆର୍ନାଲ୍ଟର ଏଲଭିଏମ୍ଏଚର ସେୟାର ୨.୬% ହ୍ରାସ ପାଇବା ପରେ ଟେସ୍ଲା ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏଲନ୍ ମସ୍କ ବୁଧବାର ବିଳାସପୂର୍ଣ୍ଣ ଶିଳ୍ପପତି ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇଦେଇଛନ୍ତି।
ବିଶ୍ୱର ୫୦୦ ଧନୀ ବ୍ୟକ୍ତିଙ୍କ ତାଲିକା ଥିବା ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସରେ ମସ୍କ ଚଳିତ ବର୍ଷ ଶୀର୍ଷ ସ୍ଥାନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଡିସେମ୍ବର ମାସରେ ପ୍ରଯୁକ୍ତି ଶିଳ୍ପ ସଂଘର୍ଷ କରୁଥିବା ବେଳେ ମୁଦ୍ରାସ୍ଫୀତି ସାମ୍ନାରେ ବିଳାସ ସ୍ଥିରତା ଦେଖାଇଥିବାରୁ ଅର୍ନାଲ୍ଟ ପ୍ରଥମେ ମସ୍କଙ୍କୁ ପଛରେ ପକାଇଥିଲେ। ଆର୍ନାଲ୍ଟ ପ୍ରତିଷ୍ଠା କରିଥିବା ଏଲଭିଏମ୍ଏଚ, ଲୁଇ ଭିଟନ୍, ଫେଣ୍ଡି ଏବଂ ହେନେସି ଭଳି ବ୍ରାଣ୍ଡର ମାଲିକ ।
ଅନ୍ୟପକ୍ଷରେ ଟେସ୍ଲା କାରଣରୁ ମସ୍କ ଚଳିତ ବର୍ଷ ୫୫.୩ ବିଲିୟନ ଡଲାରରୁ ଅଧିକ ଲାଭ କରିଛନ୍ତି। ଅଷ୍ଟିନ୍ ସ୍ଥିତ ଏହି ଅଟୋନିର୍ମାତା ତାଙ୍କ ସମ୍ପତ୍ତିର ୭୧% ଅଂଶ ଗ୍ରହଣ କରିଥିବା ବେଳେ ଏବେ ସୁଦ୍ଧା ଏହା ୬୬% ବୃଦ୍ଧି ପାଇଛି। ସୂଚକାଙ୍କ ଅନୁଯାୟୀ ମସ୍କଙ୍କ ସମ୍ପତ୍ତିର ମୂଲ୍ୟ ଏବେ ପ୍ରାୟ ୧୯୨.୩ ବିଲିୟନ ଡଲାର ହୋଇଥିବା ବେଳେ ଆର୍ନାଲ୍ଟଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୮୬.୬ ବିଲିୟନ ଡଲାର ରହିଛି।