ଟିକସ ଠକେଇ ଅଭିଯୋଗ: ଭିଜିଲାନ୍ସର ଏକାଧିକ ସ୍ଥାନରେ ଚଢାଉ

ଟିକସ ଠକେଇ ଅଭିଯୋଗରେ ଗୁରୁବାର ଓଡ଼ିଶାର ତିନୋଟି ସ୍ଥାନରେ ଆୟକର କମ୍ପାନି ଉପରେ ଚଢ଼ାଉ ଜାରି ରହିଛି।

ଓଡ଼ିଶାର ଏକ ପ୍ରସିଦ୍ଧ ସି ଫୁଡ କମ୍ପାନି ଓ ପୂର୍ବତନ ବିଧାୟକଙ୍କ ସମ୍ପତି ଉପରେ ଚଢ଼ାଉ ଜାରି ରହିଛି।

ଭୁବନେଶ୍ୱର: ଟିକସ ଠକେଇ ଅଭିଯୋଗରେ ଗୁରୁବାର ଓଡ଼ିଶାର ଦୁଇଟି ସ୍ଥାନରେ ଆୟକର ବିଭାଗ ଚଢ଼ାଉ କରିଛି । ରାଜ୍ୟର ଏକ ପ୍ରସିଦ୍ଧ ସି ଫୁଡ କମ୍ପାନୀ ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟପ୍ରାଇଭେଟ୍ ଲିମିଟେଡ୍ ଉପରେ ସକାଳ ସାଢ଼େ ୬ଟାରୁ ୨୦ଟି ଟିମ୍ କମ୍ପାନି ଓ ଏହାର ଶାଖାରେ ଚଢ଼ାଉ କରୁଛନ୍ତି। ଭୁବନେଶ୍ୱର ଓ ବାଲେଶ୍ୱରର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଟିକସ ଠକେଇ ଅଭିଯୋଗ କୁ ଆଧାର କରି ଆଇଟି ଚଢ଼ାଉ ଜାରି ରହିଛି। ସେହିପରି ଟିକସ ଠକେଇ ଅଭିଯୋଗରେ ଗୁରୁବାର ଚମ୍ପୁଆ ର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଓ କାର୍ୟ୍ୟାଳୟରେ ଆୟକର ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି।
ସେହିପରି ଅନ୍ୟ ଏକ ଘଟଣାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୂରଝଳିଆ ଖଣିର ଜଣେ ଲିଜ୍ଧାରୀଙ୍କୁ ବେଆଇନ ଖଣି ଖନନ ଅଭିଯୋଗରେ ଗିରଫ କରାଯାଇଛି। ଲିଜ୍ଧାରୀଙ୍କ ନାମ ସୁଶାନ୍ତ ବରାଡ଼ ବୋଲି ଜଣାପଡ଼ିଛି। ବୁଧବାର ରାତିରେ ଜିଏସ୍ ଟି ଚଢ଼ାଉ ବେଳେ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସର ମିଳିତ ଅପରେସନ୍ ବେଳେ ସୁଶାନ୍ତଙ୍କୁ ଗିରଫ କରାଯାଇଥିଲା। ଖଣି ଦୁର୍ନୀତିରେ ସୁଶାନ୍ତ ଙ୍କ ସମେତ ଅନ୍ୟ ୯ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।