୧୫ ବର୍ଷୀୟ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ବିଭାଗ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବଳବୋଧି ଗ୍ରାମରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ବିଭାଗ।
ପରିବାରଲୋକଙ୍କ ନିର୍ଯାତନା ସହି ନପାରି ଘରୁ ବାହାରି ଯାଇଥିଲେ।
ବସ୍ତା : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବଳବୋଧି ଗ୍ରାମରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ବିଭାଗ। ନାବାଳିକା ଜଣଙ୍କ ପରିବାର ଲୋକଙ୍କ ନିର୍ଯାତନା ସହି ନପାରି ଘରୁ ବାହାରି ଅନ୍ୟତ୍ର ପଳାଇଥିଲେ।
ସୂଚନାନୁସାରେ, ଉକ୍ତ ନାବାଳିକା ଜଣକ ତାଙ୍କ ବାପା, ଜେଜେବାପା ଓ ସାବତ ମାଆଙ୍କ ପାଖରେ ରହୁଥିଲେ। ସେମାନେ ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଯାହାଫଳରେ ସେ ସେହି ଗ୍ରାମରେ ଥିବା ତାଙ୍କ ମାଉସୀଙ୍କ ଘରକୁ ଚାଲି ଯାଇଥିଲେ। କିନ୍ତୁ ପରେ ତାଙ୍କ ପରିବାର ଲୋକ ଯାଇ ସେଠାରେ ତାଙ୍କୁ ନିର୍ଧୁମ ମାଡ ମାରିଥିଲେ ଓ ଘରକୁ ଗଲେ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ତେଣୁ ସେ ଅତ୍ୟନ୍ତ ଡରିଯାଇ ଆଉ ଘରକୁ ନଯାଇ ସେହି ଗ୍ରାମରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ। ପରେ ଚାଇଲ୍ଡ ଲାଇନ ବିଭାଗ ଏ ବାବଦରେ ଖବର ପାଇ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି।