ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ ଜୁନ୍ ୨ ତଥା ଶୁକ୍ରବାର ପ୍ରକାଶ ପାଇବ।
ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଓଜେଇଇର ଅଫିସିଆଲ ୱେବସାଇଟରେ ଫଳ ପ୍ରକାଶ ପାଇବ।
ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ ଜୁନ୍ ୨ ତଥା ଶୁକ୍ରବାର ପ୍ରକାଶ ପାଇବ। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଓଜେଇଇର ଅଫିସିଆଲ ୱେବସାଇଟରେ ଫଳ ପ୍ରକାଶ ପାଇବ।
ସୂଚନାନୁଯାୟୀ, ମେ’ ୮ରୁ ୧୫ ତାରିଖ ମଧ୍ୟରେ ରାଜ୍ୟରେ ୩୩ଟି ସ୍ଥାନରେ ୪୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଫାର୍ମା, ଏମସିଏ, ଏମଏସସି (କମ୍ପ୍ୟୁଟର ସାଇନ୍ସ), ଏମବିଏ, ବିସିଏଟି, ଏମଟେକ୍, ଏମଟେକ୍ (ପାର୍ଟ ଟାଇମ୍), ମାର୍ଚ୍ଚ, ଏମପ୍ଲାନ୍, ଏମ୍ ଫାର୍ମ ଏବଂ ବିଟେକ୍, ବିଫାର୍ମ ପାଠ୍ୟକ୍ରମରେ ଲାଟେରାଲ୍ ଏଣ୍ଟ୍ରିରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମୋଟ ୫୫,୯୭୯ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।