୪ ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ

ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ କରିବାକୁ ପ୍ରଚଣ୍ଡଙ୍କ ଅନୁରୋଧ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ। ଉଭୟ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପରସ୍ପରକୁ ଭେଟିଛନ୍ତି। ତେବେ ମୋଦିଙ୍କୁ ଭେଟିବା ପୂର୍ବରୁ ନେପାଳ ପ୍ରଧାନମନ୍ତ୍ରୀ ମହାତ୍ମାଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ଜାତିରପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, ମୋଦି ଓ ପ୍ରଚଣ୍ଡ ଭାରତର ରୁପାଇଡିହା ଏବଂ ନେପାଳର ନେପାଳଗଞ୍ଜଠାରେ ଚେକ୍ ପୋଷ୍ଟକୁ ଭର୍ଚୁଆଲ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ସହ ମୋଦିଙ୍କ ସହ ସାକ୍ଷାତ ପରେ ପ୍ରଚଣ୍ଡ ଗଣମାଧ୍ୟମକୁ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କରିବାକୁ ଅନୁରୋଧ କରୁଛି।” ଏକାଧିକ କ୍ଷେତ୍ରରେ ଭାରତ-ନେପାଳ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ପରସ୍ପର ସହ ଆଲୋଚନା କରିଛନ୍ତି।