ଟ୍ରେନ୍ ଟ୍ରାଜେଡି: ପ୍ରଧାନମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ, ଦେଶ ବିଦେଶରୁ ଗଭୀର ଶୋକ ପ୍ରକାଶ
ବାହାନଗା ଦୁର୍ଘଟଣାରେ ଏଯାବତ୍ ୧୦୦୦ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୩୮ ଜଣଙ୍କର ମୃତ୍ୟୁ ହୋଇଛି ।
ଜାତିସଂଘ ପ୍ରେସିଡେଂଟ, କାନାଡା ପ୍ରଧାନମନ୍ତ୍ରୀ ଏବଂ ଦେଶର ଅନେକ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ବାଲେଶ୍ୱର: ଗତ କାଲି ସନ୍ଧ୍ୟାରେ ବାହାନଗା କରମଣ୍ଡଳଏକ୍ସପ୍ରେସ ଦୁର୍ଘଟଣାରେ ଏଯାବତ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ଯାଏଁ ମୃତ୍ୟୁ ସଂଖ୍ୟା ୨୩୮କୁ ପହଂଚିଥିବା ବେଳେ ୩୦୦କୁ ପହଂଚିବାର ସମ୍ଭାବନା ରହିଛି । ୧୦୦୦ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ଗୋପାଳପୁର, ଖଂଟପଡା, ବାଲେଶ୍ୱର, ଭଦ୍ରକ, ସୋରୋ ଓ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ହସ୍ପିଟାଲରେ ସର୍ବାଧିକ ୫୫୦ରୁ ଅଧିକ ଆହତ ଚିକିସôିତ ହେଉଥିବା ବେଳେ ଏସସିବି ହସ୍ପିଟାଲରେ ୭୦ରୁ ଅଧିକ ଆହତ ଚିକିସôିତ ହେଉଛନ୍ତି । ସମସ୍ତ ମୃତଦେହକୁ ପରିବାରବର୍ଗ ଚିହ୍ନଟ କରିବା ପରେ ଉକ୍ତ ପରିବାରକୁ ହସ୍ତାନ୍ତର କରାଯିବ, ନହେଲେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠା ଦିଆଯିବ ବୋଲି ଓଡିଶା ଚିଫ୍ ସେକ୍ରେଟାରୀ ପ୍ରଦୀପ ଜେନା କହିଛନ୍ତି । ୭ଟି ଏନଡିଆରଏଫ୍ ଟିମ୍, ୫ଟି ଓଡ୍ରାଫ୍ ଟିମ୍ ଓ ୨୪ଟି ଅଗ୍ନିଶମ ବାହିନୀ ଅଧିକାରୀ, ୫୦ ଜଣ ଡାକ୍ତର ନିୟୋଜିତ ଅଛନ୍ତିା ୨୦୦ ଆମ୍ବୁଲାନ୍ସ, ୪୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମୁତୟନ ହୋଇଛନ୍ତି ।
ବାଲେଶ୍ୱର ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ଆସି ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାଗ୍ରସ୍ତ ସ୍ଥଳୀକୁ ଯାଇ ପରିଦର୍ଶନ କରିଥିବା ବେଳେ ବାଲେଶ୍ୱର ହସ୍ପିଟାଲରେ ଯାଇ ଆହତଙ୍କୁ ଭେଟିଛନ୍ତି ଏବଂ ଚିକିସôାର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଦୁର୍ଘଟଣାରେ ଅତ୍ୟନ୍ତ ମର୍ମାହତ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ତେବେ ଦୁର୍ଘଟଣା ପାଇଁ ଗୋଟିଏ ଦିନ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଶିବ ଶଙ୍କର, ଅମ୍ବିଲ ମହେଶ ବାଲେଶ୍ୱର ଆସି ଘଟଣାସ୍ଥଳ ପରିଦର୍ଶନ କରିବାର ସୂଚନା ରହିଛି । ଜାତିସଂଘ ପ୍ରେସିଡେଂଟ ସାବା କୋରୋଶି ଏବଂ କାନାଡର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ୍ୟ ମଧ୍ୟ ଶୋକ ପ୍ରକାଶ କରିବା ସହ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ଗଭୀର ସମବେଦନା ଜଣାଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ମୃତାହତଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ତେବେ ଦକ୍ଷିଣ-ପୂର୍ବ ରେଲୱେ ପାଇଁ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ହାୱଡା- ୦୩୩-୨୬୩୮୨୨୧୭, ଖଗଡପୁର- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨, ସାଲିମାର- ୯୯୦୩୩୭୦୭୪୬ ।