ମାଲକାନଗିରି: ଡଙ୍ଗା ବୁଡ଼ି ୨ ନିଖୋଜ
ମଙ୍ଗଳବାର ସନ୍ଧ୍ୟାରେ ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ମାଲକାନଗିରି ଜିଲ୍ଲା ସିଣ୍ଡିଗୁଡା ଗାଁ ନିକଟରେ ଥିବା ଏକ ନଦୀରେ ଡଙ୍ଗା ବୁଡ଼ି ଯିବାରୁ ୨ ଜଣ ନିଖୋଜ ହୋଇଯାଇଛନ୍ତି।
ନିଖୋଜ ଦୁଇ ଜଣ ହେଲେ ଜିଲ୍ଲାର ଡିଣ୍ଡିଗୁଡ଼ା ଗ୍ରାମର ସଜିତ କିଡିଙ୍ଗା ଓ ବଳରାମ କିଡିଙ୍ଗା।
ମାଲକାନଗିରି : ମଙ୍ଗଳବାର ସନ୍ଧ୍ୟାରେ ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ସିଣ୍ଡିଗୁଡା ଗାଁ ନିକଟରେ ଥିବା ଏକ ନଦୀରେ ଡଙ୍ଗା ବୁଡ଼ି ଯିବାରୁ ୨ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦୁଇ ଜଣ ହେଲେ ଜିଲ୍ଲାର ଡିଣ୍ଡିଗୁଡ଼ା ଗ୍ରାମର ସଜିତ କିଡିଙ୍ଗା ଓ ବଳରାମ କିଡିଙ୍ଗା।
ମିଳିଥିବା ସୂଚନା ଅନୁଯାୟୀ, ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପଦଲପୁଟ ଗ୍ରାମରେ ଏକ ବିବାହ ଭୋଜିରେ ଯୋଗ ଦେଇ ସଜିତ ଓ ବଳରାମ ଅନ୍ୟମାନଙ୍କ ସହ ଡଙ୍ଗାରେ ନିଜ ଗାଁକୁ ଫେରୁଥିଲେ। ଅଧିକ ଓଜନ ହେତୁ ଡଙ୍ଗାଟି ବୁଡ଼ି ଯାଇଥିବା ସୂଚନା ମିଳିଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନେ ସଜିତ ଓ ବଳରାମଙ୍କୁ ଠାବ କରିପାରିଥିଲେ।
ଦୁହେଁ ଏବେ ବି ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖଇରପୁଟ ଅଗ୍ନିଶମ ବିଭାଗ ଟିମ୍ ଓ ମୁଦୁଲିପଡ଼ା ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।