ଓଡ଼ିଶାରେ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ୪ଟି ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି।

ଆଜିଠାରୁ ଜୁନ୍ ୧୧ ତାରିଖ ପର୍ୟ୍ୟନ୍ତ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ।

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ୪ଟି ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଆଜିଠାରୁ ଜୁନ୍ ୧୧ ତାରିଖ ପର୍ୟ୍ୟନ୍ତ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ସ୍ଥିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ। ଜିଲ୍ଲାର କାମାକ୍ଷାନଗରରେ ଆୟୋଜିତ ‘ରେଡିଓ ବସୁଧା’ ଉଦଘାଟନୀ ଉତ୍ସବରେ ଯୋଗଦେବେ। ପରେ କାମାକ୍ଷାନଗରରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ବୈଠକରେ ଯୋଗଦେବେ। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଦିଲୀପ ଶତପଥୀ ସ୍ମାରକୀ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମରେ ଯୋଗଦେବେ। ରାଜଧାନୀରେ ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏସଟି କ୍ରୀଡ଼ା ମହୋତ୍ସବ-୨୦୨୩ରେ ମଧ୍ୟ ସେ ଯୋଗଦେବେ।
ରାଜ୍ୟ ଗସ୍ତର ଶେଷ ଦିନରେ ରବିବାର ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲା ବିପିସିଏଲ୍ର ବାୟୋ ଇଥାନଲ୍ ରିଫାଇନାରୀ ପରିଦର୍ଶନ କରିବା ପରେ ଜିଲ୍ଲାର ନୃସିଂହନାଥ ପାଇକମାଳଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ। ବଲାଙ୍ଗୀରରେ ନବନିର୍ମିତ ଇନ୍ ଡୋର ଷ୍ଟାଡିୟମର ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଏହାପରେ ବଲାଙ୍ଗୀରରେ ନବନିର୍ମିତ ଇନ୍ ଡୋର ଷ୍ଟାଡିୟମର ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି।