ଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ

ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନରେ ଭାରତର ପ୍ରଥମ ଇଂରାଜୀ ମହିଳା ନ୍ୟୁଜ୍ ଉପସ୍ଥାପିକା ଗୀତାଞ୍ଜଳି ଆୟାରଙ୍କର ବୁଧବାର ପରଲୋକ ହୋଇଯାଇଛି।

ପାର୍କିନସନ୍ ରୋଗରେ ପୀଡ଼ିତ ଥିବା ଏହି ପୁରସ୍କାର ବିଜେତା ଆଙ୍କର୍ ଚାଲି ଚାଲି ଘରକୁ ଫେରିବା ପରେ ତଳେ ପଡ଼ିଯାଇଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

ନୂଆଦିଲ୍ଲୀ : ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନରେ ଭାରତର ପ୍ରଥମ ମହିଳା ଇଂରାଜୀ ନ୍ୟୁଜ୍ ଉପସ୍ଥାପିକା ଗୀତାଞ୍ଜଳି ଆୟାରଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ପାର୍କିନସନ୍ ରୋଗରେ ପୀଡ଼ିତ ଥିବା ଏହି ପୁରସ୍କାର ବିଜେତା ଆଙ୍କର୍ ଚାଲି ଚାଲି ଘରକୁ ଫେରିବା ପରେ ତଳେ ପଡ଼ିଯାଇଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ସେ ପାର୍କିନସନ୍ ରୋଗରେ ପୀଡ଼ିତ ଥିଲେ ଏବଂ ଔଷଧ ଖାଉଥିଲେ।,” କହିଛନ୍ତି ଆୟାରଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ,”  କୋଲକାତାର ଲୋରେଟୋ କଲେଜରୁ ସ୍ନାତକ ହାସଲ କରିଥିବା ଆୟର ୧୯୭୧ ରେ ଦୂରଦର୍ଶନରେ ଯୋଗ ଦେଇଥିଲେ ଏବଂ ଚାରି ଥର ଶ୍ରେଷ୍ଠ ଆଙ୍କର ପୁରସ୍କାର ପାଇଥିଲେ । ସେ ୧୯୮୯ ମସିହାରେ ଉତ୍କୃଷ୍ଟ ମହିଳା ଆଙ୍କର ପାଇଁ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ମଧ୍ୟ ଜିତିଥିଲେ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ଡିପ୍ଲୋମା ଧାରୀ ଆୟାର ଅନେକ ପ୍ରିଣ୍ଟ ବିଜ୍ଞାପନରେ ମଧ୍ୟ ଲୋକପ୍ରିୟ ଚେହେରା ଥିଲେ ଏବଂ ଶ୍ରୀଧର କ୍ଷୀରସାଗରଙ୍କ ଟିଭି ଡ୍ରାମା “ଖାନଦାନ”ରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କର ଦଶନ୍ଧିର ଚମତ୍କାର କ୍ୟାରିୟରରେ ସେ ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି (ଡବ୍ଲୁଡବ୍ଲ୍ୟୁଏଫ) ସହିତ ମଧ୍ୟ ଜଡ଼ିତ ଥିଲେ।