କେବେ ଥମିବ ନୀଳ ଜହର କାରବାର,୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଲମତାପୁଟ ଜଲାହଞ୍ଜର ଗ୍ରାମକୁ ଗଞ୍ଜେଇ ଚାଲଣ ବେଳେ ମାଡ଼ିବସିଲା ପୋଲିସ। ପୋଲସ ପେଟ୍ରୋଲିଂ କରୁଥିବା ବେଳେ ଦେଉଳପଡ଼ା ଛକରେ ଗଞ୍ଜେଇ କାଉଡ଼ି ନେଇ ରାସ୍ତା ପାର ହେଉଥିବା ବେଳେ ପୋଲିସ ଗାଡ଼ି ଦେଖି ମାଫିଆମାନେ ଗଞ୍ଜେଇ ଛାଡ଼ି ଦୌଡ଼ି ଚାଲିଯାଇଥିଲେ। ଘଟଣାସ୍ଥଳରୁ ୧୦ ବସ୍ତା ଗଞ୍ଜେଇ ଜବତ ହୋଇଛି। ୧୦ଟି ବସ୍ତାରେ ପ୍ରାୟ ୨ କୁଇଁଣ୍ଟାଲ ୭୦ କେ.ଜି ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୨୭ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ସ୍ଥାନୀୟ ଅଞ୍ଚଳରୁ ଗଞ୍ଜେଇ ଆଣି ବାହାର ରାଜ୍ୟରୁ ଆସିଥିବା ଗଞ୍ଜେଇ ମାଫିଆଙ୍କ ଗାଡି ନିକଟରେ ଏହି କାଉଡ଼ିଆମାନେ ପହଞ୍ଚାଉଥିବା ପୋଲିସ ଜାଣିବାକୁ ପାଇଛି । ଏହି କାମରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।