ର’ ମୁଖ୍ୟ ହେଲେ ଆଇପିଏସ୍ ଅଧିକାରୀ ରବି ସିହ୍ନା

ଛତିଶଗଡ଼ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ରବି ସିହ୍ନାଙ୍କୁ 'ର'ର ସମ୍ପାଦକ ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।

ଦୁଇ ବର୍ଷ ପାଇଁ ‘ର’ ସଚିବ ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଛତିଶଗଡ଼ କ୍ୟାଡରର ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ଭାରତର ବୈଦେଶିକ ଗୁଇନ୍ଦା ଗବେଷଣା ଓ ବିଶ୍ଳେଷଣ ଶାଖା ‘ର’ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ସିହ୍ନାଙ୍କୁ ଦୁଇ ବର୍ଷ ପାଇଁ ‘ର’ର ସଚିବ ଭାବେ ନିଯୁକ୍ତ କରିବାକୁ ଅନୁମୋଦନ କରିଛି।

୧୯୮୮ ବ୍ୟାଚ୍ ର ଆଇପିଏସ୍ ଅଫିସର ସିହ୍ନା ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଜୁନ୍ ୩୦ରେ ବର୍ତ୍ତମାନର ସଚିବ ସାମନ୍ତ ଗୋଏଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ସ୍ଥାନିତ କରିବେ।