ଓଡିଶା ଆଜି ଗରୀବ ରାଜ୍ୟ ଭାବେ ପରିଚିତ : ଜେପି ନଡ୍ଡା

ଭବାନୀପାଟଣାରେ ବିଜେପିର ମହା ଜନ ସମ୍ପର୍କ ସମାବେଶରେ ଯୋଗ ଦେଇ ନଡ୍ଡା କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ ଦର୍ଶାଇଛନ୍ତି

‘ଜୟ ଜଗନ୍ନାଥ’ରୁ ନଡ୍ଡା ଆରମ୍ଭ କଲେ ଭାଷଣ

ଭବାନୀପାଟଣା : ମହା ଜନ ସମ୍ପର୍କରେ ଯୋଡି ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭବାନୀପାଟଣାରେ ବିଜେପିର ମହା ଜନ ସମ୍ପର୍କ ସମାବେଶରେ ଯୋଗ ଦେଇ ନଡ୍ଡା କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ ଦର୍ଶାଇଛନ୍ତି। ନଡ୍ଡା ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି କହିଛନ୍ତି, ସାରା ବିଶ୍ଵ ମୋଦିଙ୍କ ପ୍ରଶଂସାରେ ଶତମୁଖ ଥିବା ବେଳେ କଂଗ୍ରେସ ନେତା ମୋଦିଙ୍କୁ ସାପ ବୋଲି ସମ୍ବୋଧନ କରୁଛନ୍ତି। ସାରା ବିଶ୍ଵ ମୋଦିଙ୍କ ନେତୃତ୍ୱକୁ ମାନୁଛି। ଦେଶର ୧୪୦ କୋଟି ଜନତା ମୋଦିଙ୍କ ସହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ ଯୋଗାଇବାରେ ଓଡିଶା ସରକାର ବିଫଳ। ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ରାଜ୍ୟ ଆଜି ଗରୀବ ରାଜ୍ୟ ଭାବେ ପରିଚିତ ହେଉଛି।”
ଉଲ୍ଲେଖଯୋଗ୍ୟ, ଏହି ଜନ ସମ୍ପର୍କ ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି।