୬୦ କେଜି ଗଞ୍ଜେଇ ଜବତ କଲା କମିଶନରେଟ ପୋଲିସ

ଶୁକ୍ରବାର ଧଉଳିରୁ କମିସନରେଟ୍ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।

୩ ବେପାରୀ ଗିରଫ ଏବଂ ନଗଦ ଟଙ୍କା, କାର୍ ଓ ମୋବାଇଲ ଜବତ

ଭୁବନେଶ୍ବର: ଶୁକ୍ରବାର ଧଉଳିରୁ କମିସନରେଟ୍ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହା ସହ କାର୍, ନଗଦ ଟଙ୍କା, ମୋବାଇଲ ମଧ୍ୟ ଜବତ କରାଯାଇଛି।

ସୂଚନାନୁସାରେ, ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୬୦ କେଜି ଗଞ୍ଜେଇ ଜବତ କରିଛି। କନ୍ଧମାଳ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ୱର ଦେଇ ପୁରୀ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିଲା।