ଡିଏମଡିରେ ପୀଡ଼ିତ ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଡିଏମଡି ରୋଗରେ ପୀଡ଼ିତ ବାଲେଶ୍ୱରର ୩ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ଖଣ୍ଡପଡା ଅଞ୍ଚଳର ୩ ରୋଗୀଙ୍କୁ ମିଳିଲା ଅନୁଦାନ

ବାଲେଶ୍ୱର: ମାଂସପେଶୀ ନଷ୍ଟ ହେବା ଭଳି ରୋଗ ଡୁଚେନ୍ ମସ୍କୁଲାର ଡିଷ୍ଟ୍ରୋଫି (ଡିଏମଡି)ରୋଗରେ ପୀଡ଼ିତ ବାଲେଶ୍ୱରର ୩ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ଖଣ୍ଡପଡ଼ା ଅଞ୍ଚଳର କିରଣ କୁମାର ମଲ୍ଲିକ ଓ ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ଦିବ୍ୟାଂଶୁ ଦୀକ୍ଷିତ ଏହି ଅନୁଦାନ ପାଇଛନ୍ତି। ଡିଏମଡି ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଥିବାରୁ ପ୍ରତ୍ୟେକ ରୋଗୀଙ୍କୁ ସେମାନଙ୍କ ଅବସ୍ଥାର ଉନ୍ନତ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।