ନନ୍ଦନକାନନ ହେବ ବିଶ୍ୱସ୍ତରୀୟ : ମୁଖ୍ୟମନ୍ତ୍ରୀ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କରାଯିବ ବିଶ୍ୱସ୍ତରୀୟ

ବନବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କରାଯିବ ବିଶ୍ୱସ୍ତରୀୟ। ଏ ନେଇ ବନବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନନ୍ଦନକାନନର ଉନ୍ନତୀକରଣ ୨ଟି ପର୍ଯ୍ୟାୟରେ କରାଯିବ। ନନ୍ଦନକାନନର ଉନ୍ନତୀକରଣ କାର୍ଯ୍ୟରେ ସାମିଲ ହେବ ଚୁଡଙ୍ଗ ଜଙ୍ଗଲ। ଚୁଡଙ୍ଗ ଜଙ୍ଗଲ ବିକାଶ କରାଯାଇ ସେଠାରେ ରାତ୍ରୀ ସଫାରୀ ବ୍ୟବସ୍ଥା ମଧ୍ୟ କରାଯିବ। ଦେଶ ବିଦେଶରୁ ବିଭିନ୍ନ ନୂଆ ପ୍ରାଣୀ ଅଣାଯିବ। ରାଜ୍ୟ ବାହାରୁ ଓ ଦେଶ ବାହାରୁ ଏକସିଙ୍ଗିଆ ଗଣ୍ଡା ଓ ଅଷ୍ଟ୍ରେଲିଆ କଙ୍ଗାରୁ ଅଣାଯିବାର ବ୍ୟବସ୍ଥା କରାଯିବ। ନନ୍ଦନକାନନରେ ଟନେଲ ଆକ୍ୱାରିୟମ ଓ ୱାଟର ବାର୍ଡ ଆଭିଆରୀ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।