ଗୁଜରାଟରେ ଗ୍ଲୋବାଲ ଫିନଟେକ୍ ଅପରେସନ୍ ସେଣ୍ଟର ପ୍ରତିଷ୍ଠା କରିବ ଗୁଗଲ: ସୁନ୍ଦର ପିଚାଇ

ଗ୍ଲୋବାଲ ଫିନଟେକ୍ ଅପରେସନ୍ ସେଣ୍ଟର ପ୍ରତିଷ୍ଠା କରିବ ଗୁଗୁଲ୍; ସୁନ୍ଦର ପିଚାଇ ବିଧିବଦ୍ଧ ଘୋଷଣା କରିଛନ୍ତି

କମ୍ପାନୀ ଏହାର ୧୦ ବିଲିୟନ ଡଲାର ଡିଜିଟାଇଜେସନ ପାଣ୍ଠି ଜରିଆରେ ଭାରତରେ ପୁଞ୍ଜିନିବେଶ କରିବ

ଗୁଜୁରାଟ: ଗ୍ଲୋବାଲ ଫିନଟେକ୍ ଅପରେସନ୍ ସେଣ୍ଟର ପ୍ରତିଷ୍ଠା କରିବ ଗୁଗୁଲ୍। ଏ ନେଇ ସିଇଓ ସୁନ୍ଦର ପିଚାଇ ବିଧିବଦ୍ଧ ଘୋଷଣା କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ପିଚାଇ ଏହି ଘୋଷଣା କରି କହିଛନ୍ତି ଯେ କମ୍ପାନୀ ଏହାର ୧୦ ବିଲିୟନ ଡଲାର ଡିଜିଟାଇଜେସନ ପାଣ୍ଠି ଜରିଆରେ ଭାରତରେ ପୁଞ୍ଜିନିବେଶ କରିବ।
ପିଚାଇ କହିଛନ୍ତି, “ଆଜି ଆମେ ଗୁଜରାଟର ଗିଫ୍ଟ ସିଟିରେ ଆମର ଗ୍ଲୋବାଲ ଫିନଟେକ୍ ଅପରେସନ୍ ସେଣ୍ଟର ଖୋଲିବାକୁ ଘୋଷଣା କରୁଛୁ। ଆମେ ୟୁପିଆଇ ଆଧାରରେ ଫିନଟେକର ଭିତ୍ତିଭୂମିକୁ ନିର୍ମାଣ କରି ଏହାକୁ ବିଶ୍ୱସ୍ତରରେ ନେବାକୁ ଯାଉଛୁ। ଡିଜିଟାଲ୍ ଇଣ୍ଡିଆ ପାଇଁ ମୋଦୀଙ୍କ ଦୃଷ୍ଟିକୋଣ ତାଙ୍କ ସମୟଠାରୁ ଆଗୁଆ ରହିଛି ଏବଂ ମୁଁ ବର୍ତ୍ତମାନ ଏହାକୁ ଏକ ବ୍ଲୁପ୍ରିଣ୍ଟ ଭାବରେ ଦେଖୁଛି ଯାହା ଅନ୍ୟ ଦେଶମାନେ କରିବାକୁ ଚାହୁଁଛନ୍ତି।”
ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ ମୋଦୀ ପିଚାଇଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ କୃତ୍ରିମ ବୁଦ୍ଧିମତା, ଫିନଟେକ୍ ଏବଂ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ଭଳି ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି।