ଅନଲାଇନ ପୂଜା ଆପ୍ ଠକେଇ ମାମଲାରେ ରିପୋର୍ଟ ମାଗିଲା ସିଂହଦ୍ୱାର ପୋଲିସ

ଅନଲାଇନ ପୂଜା ଆପ୍ ‘ଉସôବ’ ମାଧ୍ୟମରେ ଠକେଇ ଅଭିଯୋଗ ଆସିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ରିପୋର୍ଟ ମାଗିଛି ସିଂହଦ୍ୱାର ପୋଲିସ୍

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ପୋଲିସ୍

ପୁରୀ: ଅନଲାଇନ ପୂଜା ଆପ୍ ‘ଉସôବ’ ମାଧ୍ୟମରେ ଠକେଇ ଅଭିଯୋଗ ଆସିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ରିପୋର୍ଟ ମାଗିଛି ସିଂହଦ୍ୱାର ପୋଲିସ୍ । ଏହି ଅନଲାଇନ ଆପ୍ ନକଲି ବୋଲି ଜଣାପଡିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖିଛି ସିଂହଦ୍ୱାର ପୋଲିସ୍ । ଏହି ଆପ୍ ନକଲି ବୋଲି ଗତ କାଲି ଜଗନ୍ନାଥ ସେନା ପକ୍ଷରୁ ଗୁଣ୍ଡିଚା ମନ୍ଦିର ସାମନାରେ ବିକ୍ଷୋଭ କରାଯିବା ସହ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରାଯାଇଛି ।
ସୂଚନାନୁଯାୟୀ, ଅନଲାଇନ ଆପ୍ ଉସôବ ମାଧ୍ୟମରେ ଭକ୍ତମାନଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଆପଣା ଯାଉଥିଲା । ରଥ ଉପରେ ଭୋଗ ଲଗେଇବା ପାଇଁ ୪୫୦୦ ଟଙ୍କା, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଇଁ ୨୪୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧ ପାଇଁ ୨୧୫୧ ଟଙ୍କା ଏବଂ ନାମ ଓ ଗୋତ୍ର ସଂକଳ୍ପ ପାଇଁ ୮୦୧ ଟଙ୍କା ସହିତ ଅତୀକା ବନ୍ଧ ରୀତିନୀତି ପାଇଁ ୧୧,୫୦୧ ଟଙ୍କା ଭକ୍ତଙ୍କଠାରୁ ଆଦାୟ କରାଯାଉଥିଲା । ତେଣୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା ପାଇଁ ଏଭଳି ଅନଲାଇନ ଠକେଇ ହେଉଥିବାର ଅଭିଯୋଗ ହେବା ପରେ ଏ ଘଟଣା ସାମନାକୁ ଆସିଛି । ସେହିପରି ଗତ କିଛି ଦିନ ପୂର୍ବରୁ ନକଲି ଭୋଗ ଓ ପ୍ରସାଦ ବଂଟାଯାଉଥିବାର ଅଭିଯୋଗ ଆସିଥିଲା ।