ଆଜିଠୁ ୪ ଦିନ ଯାଏ ପ୍ରବଳ ବର୍ଷିବ:ଆଇଏମଡି

ଆଜିଠୁ ୪ ଦିନ ଆସନ୍ତା ୨୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ

ରାଜ୍ୟର ୧୯ଟି ଜିଲ୍ଲାରେ ବର୍ଷା ପାଇଁ ଆଇଏମଡି ପକ୍ଷରୁ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରେ ବର୍ଷା ପ୍ରବଳ ହେଉଛି । ଆଜିଠୁ ୪ ଦିନ ଆସନ୍ତା ୨୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗତ ୨୪ ଘଂଟା ମଧ୍ୟରେ ୫୨.୮ ମିଲି.ମି. ଅଧିକ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୧୯ଟି ଜିଲ୍ଲାରେ ବର୍ଷା ପାଇଁ ଆଇଏମଡି ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଓ ମୟୂରଭଞ୍ଜ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଏବଂକଟକ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।