ଚାଷ ଜମିରୁ ଉଦ୍ଧାର ହେଲା ବିରଳ ପଥର ପ୍ରାଚୀନ କଳାକୃତି

କଳାହାଣ୍ଡି ଜିଲ୍ଲାର ଏକ ଚାଷଜମିରୁ ଏକ ବିରଳ ପ୍ରାଚୀନ କଳାକୃତି ଉଦ୍ଧାର ହୋଇଛି

ଜମିରେ ହଳ କରୁଥିବା ସମୟରେ ପ୍ରାଚୀନ କଳାକୃତି ଉଦ୍ଧାର

ଭବାନୀପାଟଣା,୨୬/୬: କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ଅନ୍ତର୍ଗତ ମ, ରାମପୁର ଗ୍ରାମ ପଞ୍ଚାୟତର ରଜାମୁଣ୍ଡା ଗ୍ରାମରୁ ଏକ ବିରଳ ପ୍ରାଚୀନ କଳାକୃତି ଉଦ୍ଧାର ହୋଇଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଚାଷୀ ବରୁଣ ସାହୁ ନିଜ ଜମିରେ ହଳ କରୁଥିବା ସମୟରେ ଏହି ପ୍ରସ୍ତର ନିର୍ମିତ କଳାକୃତି ଉଦ୍ଧାର ହୋଇଛି। ଖବର ପ୍ରଚାର ହେବା ପରେ ଏବେ ସେଠାରେ କ୍ରମେ କ୍ରମେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଗ୍ରାମର ସମାଜ ସେବୀ କୀର୍ତ୍ତନ ସାହୁ, ସତ୍ୟ ନାରାୟଣ ସାହୁ, ଈଶ୍ୱର ସାହୁ, ବ୍ରହ୍ମା ସାହୁ, ଶ୍ରୀକର ସାହୁ ଉକ୍ତ ଜମିରେ ଉପସ୍ଥିତ ରହି ବିଭିନ୍ନ ବିଭାଗକୁ ଖବର ଦେଇଥିବା ଜଣାଯାଇଛି। ତେବେ ଏହି ବିରଳ ପ୍ରାଚୀନ ପ୍ରସ୍ତର ନିର୍ମିତ କଳାକୃତି ଗବେଷଣାର ଆବଶ୍ୟକତା ରଖେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।