ଆଜି ମାଓବାଦୀଙ୍କ କଳାହାଣ୍ଡି ବନ୍ଦ ଡାକରା

ପୁଲିସ ଏନକାଉଣ୍ଟରରେ ୩ କ୍ୟାଡର ନିହତ ପ୍ରତିବାଦରେ ଆଜି ମାଓବାଦୀ ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।

ମାଓ ପୋଷ୍ଟର ଲଗାଇ ଗ୍ରାମବାସୀଙ୍କ ସହଯୋଗ ପାଇଁ ମାଓବାଦୀଙ୍କ ଅନୁରୋଧ

କଳାହାଣ୍ଡି: ଗତ ୯ ତାରିଖରେ ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହେବାରୁ ସିପିଆଇ ପକ୍ଷରୁ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ଏହା ପୂର୍ବରୁ ଏନକାଉଣ୍ଟରକୁ ନିନ୍ଦା କରି ରାମପୁର ଥାନା ଅନ୍ତର୍ଗତ ଟେପରାଙ୍ଗ ଗ୍ରାମରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ପୋଷ୍ଟର ମାଧ୍ୟମରେ ବନ୍ଦ ଡାକରାକୁ ଏକ ଜନ ଆନ୍ଦୋଳନ ଭାବେ ପାଳିବାକୁ ମାଓବାଦୀମାନେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ପୋଷ୍ଟରରେ ମାଓବାଦୀମାନେ ନିଜ କ୍ୟାଡରଙ୍କ ହତ୍ୟାକୁ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହ ପୁଲିସର ବର୍ବରତାକୁ ନିନ୍ଦା କରିଛନ୍ତି। ଏହି ହତ୍ୟାକୁ ଏନକାଉଣ୍ଟର ଦର୍ଶାଇ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ନିନ୍ଦା କରିଛନ୍ତି। ଏହି ପୋଷ୍ଟରରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ନାମ ମଧ୍ୟ ଲେଖାଯାଇଛି।