କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଟ୍ରକକୁ ଧକ୍କା ଦେଲା କାର୍; ଜଣେ ମୃତ, ୪ ଗୁରୁତର

କେନ୍ଦ୍ରାପଡ଼ା: କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନାନୁସାରେ, ପୁରୀ ସ୍ୱର୍ଗଦ୍ୱାରରୁ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ରବିବାର ଭୋର ସମୟରେ କଟକ-ଚାନ୍ଦବାଲି ରାସ୍ତାର ଭୁଇଁପୁର ଛକରେ ଥିବା ଆକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ଏକ କାରଟି ଟ୍ରକକୁ ଧକ୍କା ଦେବାରୁ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଜୟନଗର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ୍ତ ଦାସ। ଏବଂ ଗୁରୁତର ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଆଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।