ପୁରୀରେ ବାହୁଡ଼ା ଯାତ୍ରା ବେଳେ ଅଘଟଣ

ଆଜି ପୁରୀ ବାହୁଡା ଯାତ୍ରା ବେଳେ ଘଟିଛି ଅଘଟଣ

ଜଣେ ସେବାୟତ ଆହତ, ୮ ଭକ୍ତ ଅସୁସ୍ଥ

ପୁରୀ: ଆଜି ପୁରୀ ବାହୁଡା ଯାତ୍ରା ବେଳେ ଘଟିଛି ଅଘଟଣ। ସେବାୟତଙ୍କ ସହ ଭକ୍ତମାନେ ମଧ୍ୟ ଅଘଟଣର ଶିକାର ହୋଇଛନ୍ତି। ପ୍ରଭୁ ବଳଭଦ୍ରଙ୍କୁ ନେଇ ଯାଉଥିବା ତାଳଧ୍ୱଜ ରଥର ଦଉଡ଼ି ଛିଡି ଯିବାରୁ ଜଣେ ଭୋଇ ସେବାୟତ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ୮ ଜଣ ଶ୍ରଦ୍ଧାଳୁ ମଧ୍ୟ ରଥ ଟାଣିବା ସମୟରେ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।