ଆସନ୍ତା କାଲି ହେବ ସିପେଟ୍-୨୦୨୩

ଆସନ୍ତାକାଲି ରାଜ୍ୟରେ ଇଦ୍-ଉଲ୍-ଜୁହା ନିମନ୍ତେ ଛୁଟି ସତ୍ତ୍ୱେ ଅନୁଷ୍ଠିତ ହେବ କମନ ପିଜି ଏଣ୍ଟ୍ରାନ୍ସ।

ଆସନ୍ତା କାଲି ଛୁଟି ସତ୍ତ୍ୱେ ଅନୁଷ୍ଠିତ ହେବ କମନ ପିଜି ଏଣ୍ଟ୍ରାନ୍ସ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଇଦ୍-ଉଲ୍-ଜୁହା ନିମନ୍ତେ ଛୁଟି ସତ୍ତ୍ୱେ ଅନୁଷ୍ଠିତ ହେବ କମନ ପିଜି ଏଣ୍ଟ୍ରାନ୍ସ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୩ଟି ସିଟିଂରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ତେଣୁ କାଲି ଶିକ୍ଷାନୁଷ୍ଠାନରେ ପାଠ ନ ପଢାଗଲେ ମଧ୍ୟ ପରୀକ୍ଷା ପାଇଁ ବଛା ଯାଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ କୌଣସି ପରିବର୍ତ୍ତନ ହେବ ନାହିଁ।

ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖରେ ଇଦ୍-ଉଲ୍-ଜୁହା ପର୍ବ ପଡୁଥିବାରୁ ରାଜ୍ୟ ସରକାର ୩୦ ତାରିଖ ପରିବର୍ତ୍ତେ ୨୯ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି। ତେବେ କମନ ପିଜି ଏଣ୍ଟ୍ରାନ୍ସ ଗତ ୨୩ ଜୁନରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୪ ଜୁଲାଇରେ ସରିବ।