ବ୍ରାହ୍ମଣୀ ନଦୀକୁ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧ ଗାଧୋଇବାକୁ ଯାଇଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଛି

ମୃତଦେହ ନିଖୋଜ: ସର୍ଚ୍ଚ ଅପରେସନ ଜାରି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧ ଗାଧୋଇବାକୁ ଯାଇଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଘଗରାଡିଆ ଗାଁରେ। ମୃତକ ଜଣକ ହେଲେ ଘଗରାଡିଆ ଗ୍ରାମର ଗଙ୍ଗାଧର ତରାଇ।

ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳିପାରିନାହିଁ।