ବଦଳିଲେ ଦକ୍ଷିଣ ପୂର୍ବ ରେଳବାଇ ଜେନେରାଲ ମ୍ୟାନେଜର

ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ସରକାର ବଦଳି କରିଛନ୍ତି

ଅର୍ଚ୍ଚନାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନିଯୁକ୍ତି

ବାଲେଶ୍ୱର: ବଦଳି ହୋଇଛନ୍ତି ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର। ବାହାନଗା ରେଳ ଦୁର୍ଘଟଣାର ଏକ ମାସ ବିତିବା ପରେ ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ସରକାର ବଦଳି କରିଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଅର୍ଚ୍ଚନାଙ୍କୁ ବଦଳି କରାଯାଇ କର୍ଣ୍ଣାଟକର ୟେଲାହାଙ୍କାସ୍ଥିତ ରେଳ ଚକ କାରଖାନାର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଏସିସି ଆଇଆରଏସଏସଇ ଅନୀଲ କୁମାର ମିଶ୍ରଙ୍କୁ ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି।ଏବଂ ଏସିସି ଆଇଆରଏସଏସ ଅଧିକାରୀ ମିଲିନ୍ଦ କେ ଦେଉସ୍କରଙ୍କୁ ରେଲୱେ ବୋର୍ଡର ସଚିବ ଭାବେ ନିଯୁକ୍ତ କରିଛି।