ବାଲେଶ୍ୱରରେ ବସ୍ ଦୁର୍ଘଟଣା: ୨୦ ଆହତ

ଆଜି ବାଲେଶ୍ୱର ତମୁଳିଆ ପୋଲ ନିକଟରେ ବସ୍ ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।

ଉଦ୍ଧାର କାର୍ଯ୍ୟ ଜାରି: ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଆଜି ଭୋର ସମୟରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି। ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ତମୁଳିଆ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଜୟ ଓ ଅରବିନ୍ଦ ନାମକ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍ ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ଦୁଇଟି ବସର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ବାଲେଶ୍ୱର ତମୁଳିଆ ଓଭରବ୍ରିଜ୍ ନିକଟରେ ଦୁଇଟି ଘରୋଇ ବସ୍ ଅଜୟ ଓ ଅରବିନ୍ଦ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇଟି ବସ୍ ଦ୍ରୁତ ଗତିରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।