ଟିକସ ଠକେଇ ଅଭିଯୋଗ: ଭୁବନେଶ୍ୱରରେ ଡିଏନ୍ ଗ୍ରୁପରେ ଆୟକର ବିଭାଗର ଚଢ଼ାଉ

ଭୁବନେଶ୍ୱରସ୍ଥିତ ରିଅଲ ଇଷ୍ଟେଟ ଏବଂ ନିର୍ମାଣ କମ୍ପାନୀ ଡିଏନ ଗ୍ରୁପ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ

ନଗଦ ୩୦ କୋଟି ଟଙ୍କା ଜବତ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ରିଅଲ ଇଷ୍ଟେଟ ଏବଂ ନିର୍ମାଣ କମ୍ପାନୀ ଡିଏନ ଗ୍ରୁପ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ। ଟିକସ ଫାଙ୍କିବା ଅଭିଯୋଗରେ ବୁଧବାର ଭୁବନେଶ୍ୱରସ୍ଥିତ ରିଅଲ ଇଷ୍ଟେଟ ଏବଂ ନିର୍ମାଣ କମ୍ପାନୀ ଡିଏନ ଗ୍ରୁପ ସହ ଜଡିତ ୨୦ଟି ସ୍ଥାନରେ ଆୟକର ବିଭାଗର ଅଧିକାରୀମାନେ ଏକକାଳୀନ ଚଢ଼ାଉ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଇଟି ବିଭାଗ ର ଅଧିକାରୀମାନେ ରାଜଧାନୀର ଆଇଆରସି ଭିଲେଜରେ ଥିବା କମ୍ପାନୀର ନିର୍ଦ୍ଦେଶକ, କର୍ମଚାରୀ ଓ କାର୍ଯ୍ୟାଳୟରେ ଚଢ଼ାଉ କରୁଛନ୍ତି। ଭୁବନେଶ୍ୱର ୟୁନିଟ୍ -୪ରେ ଥିବା କମ୍ପାନୀର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି। ଏହା ସହ କମ୍ପାନିର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି।