ହକି ଖେଳାଳି ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ହେବ କ୍ରାଇମବ୍ରାଂଚ ତଦନ୍ତ: ହାଇକୋର୍ଟ

ଅନ୍ତର୍ଜାତୀୟ ହକି ଖେଳାଳି ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ହାଇକୋର୍ଟ

ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢିଲା ଅଡୁଆ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଖେଳାଳି ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ହାଇକୋର୍ଟ । ଏ ନେଇ ଆନନ୍ଦ ଟପ୍ପୋଙ୍କ ବନ୍ଧୁ ତଥା ଅନ୍ତର୍ଜାତୀୟ ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢିଲା ଅଡୁଆ । ପୂର୍ବରୁ ଆନନ୍ଦଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ, ତାଙ୍କ ମୃତ୍ୟୁ ପଛରେ ବିରେନ୍ଦ୍ର ଲାକ୍ରା ଓ ସହଯୋଗୀ ମନଜିତ ଟେଟେଙ୍କ ହାତ ରହିଛି । ଆନନ୍ଦଙ୍କ ବାପାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ଅଭିଯୁକ୍ତ ଡିଏସପି ପାହ୍ୟାର ହୋଇଥିବାରୁ ଡିଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଏହାର ତଦନ୍ତ କରାଯାଉ ବୋଲି ହାଇକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୮ ଫେବୃଆରୀ ୨୦୨୨ରେ ଇନଫୋସିଟି ଥାନା ଅଂଚଳରେ ଥିବା ଏକ ଘରେ ଆନନ୍ଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହା ପରେ କମିଶନରେଟ୍ ପୋଲିସ୍ ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । ପୋଲିସ୍ କହିଛି ଯେ, ପାରିପାଶ୍ୱର୍ିକ ପରିସ୍ଥିତି ଓ ଡାକ୍ତରୀ ରିପୋର୍ଟରୁ ଜଣା ପଡିଥିଲା ଯେ, ଆନନ୍ଦ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହା ସହ ମୃତୁ୍ୟ ପୂର୍ବରୁ ନିଶା ଦ୍ରବ୍ୟ ସେବନ କରିଥିବା ମଧ୍ୟ ଜଣା ପଡିଥିଲା ବୋଲି ପୋଲିସ କହିଛି ।