ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଲାଗୁ କରିବା ଉଚିତ୍: ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ

ଶ୍ରଦ୍ଧାଳୁମାନେ ପାଶ୍ଚାତ୍ୟ ଡ୍ରେସ ନ ପିନ୍ଧି ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଲାଗୁ କରିବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ

ପାଶ୍ଚାତ୍ୟ ଡ୍ରେସ୍ ନ ଆସିବାକୁ ଶ୍ରୀମନ୍ଦିର ମୁଖ୍ୟଙ୍କ ଦାବି

ପୁରୀ: ଶ୍ରୀମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁମାନେ ପାଶ୍ଚାତ୍ୟ ଡ୍ରେସ ନ ପିନ୍ଧି ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଲାଗୁ କରିବାକୁ ଦାବି କରୁଥିବା ଦଇତାପତି ନିଯୋଗଙ୍କ ନିଷ୍ପତିକୁ ସମର୍ଥନ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ରଞ୍ଜନ ଦାସ୍ । ଶ୍ରୀ ଦାସ୍ କହିଛନ୍ତି ଯେ, ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ ମନ୍ଦିରର ଅଧ୍ୟାତ୍ମିକ ବାତାବରଣ ସହ ସମାନ ପୋଷାକ ପିନ୍ଧି ଆସନ୍ତୁ । କେହି ପାଶ୍ଚାତ୍ୟ ଡ୍ରେସ ପିନ୍ଧି ଆସନ୍ତୁ ନାହିଁ । ଦେଶରେ ଅନେକ ମନ୍ଦିରରେ ଡ୍ରେସ୍ କୋଡ୍ ଲାଗୁ ହୋଇଛି । ଏଣୁ ଏ ସଂକ୍ରାନ୍ତରେ ନିଷ୍ପତି ନିଆଯାଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ପାଶ୍ଚାତ୍ୟ ପୋଷାକ ପିନ୍ଧିଥିବା ଶ୍ରଦ୍ଧାଳୁଙ୍କୁ ପୋଷାକ ବଦଳାଇବା ପାଇଁ ଚେଞ୍ଜିଂ ରୁମ୍ ଯୋଗାଇ ଦେବା ସହ ଉପଯୁକ୍ତ ପୋଷାକ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ଉଚିତ୍ ବୋଲି ଦଇତାପତି ନିଯୋଗ ଦାବି କରିଛନ୍ତି ।