ଆଖିଧରା ରୋଗ ପ୍ରତିରୋଧ ସମ୍ପର୍କରେ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକା ଜାରି

ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ; ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ଅବଲମ୍ବନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି

ରାଜ୍ୟରେ ବ୍ୟାପୁଛି ଆଖିଧରା ରୋଗ

ଭୁବନେଶ୍ୱର: ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ । ରାଜ୍ୟରେ ପ୍ରତ୍ୟେକ ଦିନ ଆଖିଧରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁଯାୟୀ,
• ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ରୁମାଲ୍, ତଉଲିଆ, ତକିଆ କିମ୍ବା ସେ ବ୍ୟବହାର କରିଥିବା ଆଇ-ଡ୍ରପ୍ ଅନ୍ୟମାନେ ବ୍ୟବହାର କରନ୍ତୁ ନାହିଁ ।
• ନିଜର ଚଷମାକୁ ନିୟମିତ ସଫା କରନ୍ତୁ ।
• ସୁଇମିଂ ପୁଲ୍, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ ।
• କଂଟାକ୍ଟ ଲେନ୍ସ ବ୍ୟବହାରକାରୀ ନିଜର ଚକ୍ଷୁ ଚିକିସôକଙ୍କ ସହ ପରାମର୍ଶ କରି ସାବଧାନତା ଅବଲମ୍ବନ କରନ୍ତୁ ।
• ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ ।
• ଆଖି ଧରିଲେ ପରିଷ୍କାର କପଡା ଉଷୁମ ପାଣିରେ ପକାଇ ଆଖିକୁ ପୋଛନ୍ତୁ ।
• ଆଖି ପୋଛା କପଡାକୁ ଗରମ ପାଣି ଓ ଡିଟରଜେଂଟ ପାଉଡରରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ ।
• ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ ।
• ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।