ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀ ମନ୍ଦିର ବିକାଶ ପାଇଁ ୧୮.୯୧ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାରେ ଥିବା ମା’ ବୁଢୀ ଠାକୁରାଣୀ ମନ୍ଦିର ବିକାଶ ଓ ନବୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି

ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବ୍ୟାପକ ହେବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ମା’ ବୁଢୀ ଠାକୁରାଣୀ ମନ୍ଦିର ବିକାଶ ଓ ନବୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିପାଇଁ ୧୮.୯୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ମନ୍ଦିରରେ ଓଡିଶାର କୀର୍ତୀରାଜ ଶୈଳୀରେ ସୌନ୍ଦର୍ଯ୍ୟକରଣ ହେବା ସହ ମନ୍ଦିର କାର୍ଯ୍ୟାଳୟ ଘର, ଯଜ୍ଞ କୁଣ୍ଡ, ମନ୍ଦିର ପରିସର ପାଚେରୀ, ବଗିଚା ଓ ପ୍ରବେଶ ଦ୍ୱାର ତିଆରି କରାଯିବା ସହ ମନ୍ଦିର ରୋଷଷାଳା, ସେବାୟତଙ୍କ ପାଇଁ ଘର ଓ ଏକ ଭୋଗ ମଣ୍ଡପ ନିର୍ମାଣ କରଯାଇ ସୌନ୍ଦର୍ଯ୍ୟକରଣ କରାଯିବ । ଏହା ବ୍ୟତୀତ ପାର୍କିଂ ସ୍ଥାନ, ଟୁ୍ୟୱେଲ ଓ ଜନସାଧାରଣଙ୍କ ସୁବିଧା ପାଇଁ ଆପ୍ରୋଚ୍ ରୋଡ୍ ନିର୍ମାଣ କରାଯିବ । ତେବେ ମନ୍ଦିରର ଉନ୍ନତିକରଣ ୫-ଟି ଅଧିନରେ କରାଯିବ ବୋଲି ସୂଚନା ମିଳିଛି ।