ବିକାନେରରେ ୨୪,୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାଜସ୍ଥାନର ବିକାନେରରେ ୨୪,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ

ରାଜସ୍ଥାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାଜସ୍ଥାନର ବିକାନେରରେ ୨୪,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଅମୃତସର-ଜାମନଗର ଅର୍ଥନୈତିକ କରିଡରର ୬ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସ ୱେ ସେକ୍ସନ, ସବୁଜ ଶକ୍ତି କରିଡର, ବିକାନେରରୁ ଭିୱାଡି ଟ୍ରାନ୍ସମିସନ ଲାଇନ ଏବଂ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଡାକ୍ତରଖାନାର ଶିଳାନ୍ୟାସ କରିବା ସହ ଆନ୍ତଃରାଜ୍ୟ ଟ୍ରାନ୍ସମିସନ ଲାଇନର ପ୍ରଥମ ପର୍ଯ୍ୟାୟକୁ ମୋଦି ଲୋକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ସହ ବିକାନେର ରେଳ ଷ୍ଟେସନର ପୁନଃବିକାଶ ଏବଂ ୪୩ କିଲୋମିଟର ଦୀର୍ଘ ଚୁରୁ-ରତନଗଡ଼ ସେକ୍ସନର ଦୋହରୀକରଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଏବଂ ସଂସଦ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବିକାନେରର ସାଂସଦ ମଧ୍ୟ ଉପସ୍ଥିତ ଥିଲେ।