ଚାଇନାର କିଣ୍ଡରଗାର୍ଡେନରେ ଛୁରାମାଡ଼ରେ ୬ ମୃତ; ସନ୍ଦିଗ୍ଧଙ୍କୁ ଅଟକ

ସୋମବାର ଜଣେ ବ୍ୟକ୍ତି ଛୁରିରେ ୬ ଜଣଙ୍କୁ ହତ୍ୟା କରିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି

୨୫ ବର୍ଷୀୟ ଯୁବକଙ୍କୁ ଗିରଫ

ଚାଇନା: ସୋମବାର ଜଣେ ବ୍ୟକ୍ତି ଛୁରିରେ ୬ ଜଣଙ୍କୁ ହତ୍ୟା କରିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଦକ୍ଷିଣ-ପୂର୍ବ ଚୀନରେ ସୋମବାର ଗୁଆଙ୍ଗଡଙ୍ଗ ପ୍ରଦେଶ ପୁଲିସ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି। ସକାଳ ୭ଟା ୪୦ରେ ଲିଆଞ୍ଜିଆଙ୍ଗ ସହରରେ ହୋଇଥିବା ଆକ୍ରମଣ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।

ଡାଫେଙ୍ଗ ନ୍ୟୁଜ୍ ନାମକ ଏକ ଖବରକାଗଜ ଜଣେ ଅଜ୍ଞାତ ସାକ୍ଷୀଙ୍କ ବୟାନ ଦେଇ କହିଛି ଯେ ସ୍କୁଲରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ କାର୍ ପୂର୍ବରୁ ଆକ୍ରମଣକାରୀଙ୍କ ପିଲାକୁ ଧକ୍କା ଦେଇଥିଲା। ଏଥିରେ କୁହାଯାଇଛି ଯେ ମୃତକଙ୍କ ମଧ୍ୟରୁ ଜଣେ କିଣ୍ଡରଗାର୍ଟେନର ଜଣେ ଶିକ୍ଷକ ଥିଲେ। ଡାଫେଙ୍ଗ ନ୍ୟୁଜ୍ ନିଜ ୱେବସାଇଟରେ ପୋଷ୍ଟ କରିଥିବା ଏକ ଭିଡିଓକୁ ଉଦାହରଣ ଦେଇ କହିଛି ଯେ ଜଣେ ବ୍ୟକ୍ତି ଛୁରୀ ଧରି କିଣ୍ଡରଗାର୍ଟେନ ଖେଳ ପଡ଼ିଆ ଦେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓରେ ସ୍କୁଲ ବାହାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ଜଣ ଥିବା ଦେଖିବାକୁ ମିଳିଛି।