ରାଜ୍ୟରେ ୯୦୨ଟି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧୦୬ଟି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୦୨ଟି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ରାଜ୍ୟରେ ୧୦୬ଟି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୦୨ଟି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୯୦୨ଟି ଶିକ୍ଷକ ଓ ଅଣଶିକ୍ଷକ, ନୂତନ ଭାବେ ସୃଷ୍ଟି ହୋଇଥିବା ପଦବୀ ମଧ୍ୟରେ ୬୪୨ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି), ୨୪ଟି ଲାବୋରେଟୋରି ଆସିଷ୍ଟାଣ୍ଟ ପଦବୀ, ୨୪ଟି ଲାବୋରେଟୋରି ଆଟେଣ୍ଡାଣ୍ଟ ପଦବୀ, ୧୦୬ଟି ସହକାରୀ ଲାଇବ୍ରେରିଆନ୍ ପଦବୀ ଓ ୧୦୬ଟି କନିଷ୍ଠ କିରାଣୀ ପଦବୀ ରହିଛି। ଖୁବଶୀଘ୍ର ୯୦୨ଟି ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।