ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରୁ ୪ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଅନ୍ତା ଥାନା ଅନ୍ତର୍ଗତ ଧବଳହର ସ୍ଥିତ କୁଆଖାଇ ନଦୀରେ ବୁଡି ଯାଇଥିବା ୪ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି

ମୃତକଙ୍କ ପରିଚୟ ମିଳିପାରିନାହିଁ

ଭୁବନେଶ୍ବର: ବାଲିଅନ୍ତା ଥାନା ଅନ୍ତର୍ଗତ ଧବଳହର ସ୍ଥିତ କୁଆଖାଇ ନଦୀରେ ବୁଡି ଯାଇଥିବା ୪ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବୁଧବାର ସକାଳେ ଭୁବନେଶ୍ୱର ଉପକଣ୍ଠ ନଦୀରୁ ଅବଶିଷ୍ଟ ଦୁଇଟି ମୃତଦେହ ଉଦ୍ଧାର କରିଥିଲେ।

ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିଥିଲେ, ଯାହା ମଙ୍ଗଳବାର ଅନ୍ଧାର ହେବା ପରେ ଶେଷ ହୋଇଥିଲା। ବୁଧବାର ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ୪ ଜଣ ଯୁବକଙ୍କ ପରିଚୟ ମିଳିପାରିନାହିଁ।