ଫେସବୁକର ଅଜଣା ଯୁବତୀ ବନ୍ଧୁ ସାଜିଲେ କାଳ

ହ୍ୱାଟ୍ସଆପ୍ ଭିଡିଓ କଲ୍ ଜରିଆରେ ଜଣେ ଯୁବତୀ ବ୍ଲାକମେଲ୍ କରିବା ପରେ ରାଜଧାନୀର ଜଣେ ଯୁବକ ନିଜକୁ ପ୍ରାୟ ୫୦ ଥର କଇଞ୍ଚିରେ ଛୁରିରେ ଆଘାତ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖାଯାଇଛି

ବ୍ଲାକମେଲ ହୋଇ ନିଜକୁ ୫୦ ଥର ଛୁରୀରେ କଲେ ଆକ୍ରମଣ

ଭୁବନେଶ୍ବର: ପ୍ରଥମେ ଫେସବୁକରେ ବନ୍ଧୁତା। ତାପରେ ହ୍ୱାଟ୍ସଆପରେ ଭିଡିଓକଲ। ଆଉ ସେହି ଭିଡିଓକଲକୁ ଦେଖାଇ ବ୍ଲାକମେଲ। ଯାହାଫଳରେ ବ୍ଲାକମେଲର ଶିକାର ଯୁବକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ। ହ୍ୱାଟ୍ସଆପ୍ ଭିଡିଓ କଲ୍ ଜରିଆରେ ଜଣେ ଯୁବତୀ ବ୍ଲାକମେଲ୍ କରିବା ପରେ ରାଜଧାନୀର ଜଣେ ଯୁବକ ନିଜକୁ ପ୍ରାୟ ୫୦ ଥର କଇଞ୍ଚିରେ ଛୁରିରେ ଆଘାତ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖାଯାଇଛି। ଦଣ୍ଡଧର ବାରିକ ନାମକ ଏହି ପୀଡ଼ିତଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁସାରେ, ୩ ଦିନ ତଳେ ଜଣେ ଅଜଣା ଯୁବତୀ ଫେସବୁକରେ ଦଣ୍ଡଧରଙ୍କ ସହ ବନ୍ଧୁତା କରି କଥାବାର୍ତ୍ତା କରିଥିଲେ। ଏହାପରେ ସେ ତାଙ୍କୁ ହ୍ୱାଟସଆପରେ ଭିଡିଓ କଲ୍ କରି କଥାବାର୍ତ୍ତା ହେବାର ଯୁବତୀ ଜଣକ ରେକର୍ଡ କରିଥିଲେ। ଭିଡିଓ ବ୍ୟବହାର କରି ସେ ଦଣ୍ଡଧରଙ୍କୁ ବ୍ଲାକମେଲ କରିବା ସହ ତାଙ୍କଠାରୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ବାରିକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ଉପହାସ କରିଥିବା ଅଭିଯୋଗ ହୋଇଛି। ତେଣୁ ଲଜ୍ଜା ଭୟରେ ଦଣ୍ଡଧର ତାଙ୍କ ପେଟରେ କଇଞ୍ଚିରେ ଛୁରା ମାଡ଼ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ସେଲୁନରେ ସେ ଅଚେତ ଅବସ୍ଥାରେ ପଡିଥିବା ଦେଖି କିଛି ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।