ଜୁଲାଇ ୨୩ରେ ବନ୍ୟାଜଳ ନିଷ୍କାସନ କରିବ ହୀରାକୁଦ

ଆସନ୍ତା ୨୩ରେ ପ୍ରଥମ ପର୍ଯ୍ୟାୟ ଜଳ ନିଷ୍କାସନ କରିବ ହୀରାକୁଦ

ତଳିଆ ଅଂଚଳର ଲୋକଙ୍କୁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୨୩ରେ ପ୍ରଥମ ପର୍ଯ୍ୟାୟ ଜଳ ନିଷ୍କାସନ କରିବ ହୀରାକୁଦ । ଉପରମୁଣ୍ଡରେ ନିୟମିତ ଲଗାଣ ବର୍ଷା ହେଉଥିବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୭ ହଜାର ୯୫୨ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ବୁଧବାର ୩୯ ହଜାର ୨୮୫ କ୍ୟୁସେକ୍ ଜଳ ନିଷ୍କାସିତ କରାଯାଇଛି । ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯ ଫୁଟ ରହିଥିବାରୁ ବର୍ତମାନ ଗେଟ୍ ଖୋଲିବାର କୌଣସି ଆବଶ୍ୟକତା ନାହିଁ ବୋଲି କର୍ତୃପକ୍ଷ କହିଛନ୍ତି । ତେବେ ଆସନ୍ତା ୨୩ରେ ହୀରାକୁଦରୁ ଜଳ ଛାଡିବାକୁ ଥିବାରୁ ତଳିଆ ଅଂଚଳର ଲୋକଙ୍କୁ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ଜରିଆରେ ସତର୍କ କରାଯାଇଛି ।