ଜୟପୁର: ୩୦ ମିନିଟରେ ୩ ଥର ଭୂମିକମ୍ପ
ରାଜସ୍ଥାନର ରାଜଧାନୀ ଜୟପୁରରେ ମାତ୍ର ୩୦ ମିନିଟରେ ୩ ଥର ଭୂମିକମ୍ପ ଅନୁଭୂତ
ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କି.ମି. ମଧ୍ୟରେ ଥିଲା
ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ମାତ୍ର ୩୦ ମିନିଟରେ ୩ ଥର ଭୂମିକମ୍ପ ଅନୁଭୂତ । ପ୍ରଥମ ଭୂମିକମ୍ପ ଭୋର ୪ଟା ୯ ମିନିଟରେ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ଏବଂ ଏହାର ଗଭୀରତା ୧୦ କିଲୋମିଟର ଥିଲା । ଏହାର ଠିକ୍ ୧୩ ମିନିଟ୍ ପରେ ଅର୍ଥାତ୍ ୪ଟା ୨୨ ମିନିଟରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ରିକ୍ଟର ସ୍କେଲରେ ୩.୧ ତୀବ୍ରତା ଓ ୫ କିଲୋମିଟର ଗଭୀରତା ଥିଲା । ସେହିପରି ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୪ଟା ୨୫ ମିନିଟରେ ୩.୪ ରିକ୍ଟର ସ୍କେଲ ତୀବ୍ରତା ଏବଂ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ତିନୋଟି ଭୂମିକମ୍ପର କେନ୍ଦ୍ରସ୍ଥଳ ୫ କିଲୋମିଟରରୁ ୧୦ କିଲୋମିଟର ମଧ୍ୟରେ ଥିଲା । ସୌଭାଗ୍ୟବଶତଃ ଏହି ଭୂମିକମ୍ପ ଦ୍ୱାରା କୌଣସି ଧନଜୀବନ ହାନି ହୋଇନାହିଁ, କିନ୍ତୁ ସ୍ଥାନୀୟ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।