ଭିଜିଲାନ୍ସ ଜାଲରେ ଫସିଲେ ବଲାଙ୍ଗୀର ଜିଲ୍ଲା ଜେଣ୍ଡର କୋର୍ଡିନେଟର

ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକଙ୍କଠାରୁ ଜିଲ୍ଲା ଜେଣ୍ଡର କୋର୍ଡିନେଟର ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଧରିଛି ।

ଲାଂଚ ୩୧ହଜାର ଟଙ୍କା ଜବତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଜେଣ୍ଡର କୋର୍ଡିନେଟର ଫସିଲେ ଭିଜିଲାନ୍ସ ଜାଲରେ । ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକଙ୍କଠାରୁ ଜିଲ୍ଲା ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ ୩୧ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଧରିଛି । ଯୋଶୀଙ୍କଠାରୁ ୩୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହ ଆୟ ବହିର୍ଭୂତ ସମ୍ପତି ଠୁଳ ସନ୍ଦେହରେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଏ ନେଇ ଦୁର୍ନୀତି ନିବାରଣ ଆଇନ ୨୦୧୮ ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ।