ସୁରଟ ଡାଇମଣ୍ଡ ବୋର୍ସ: ଗୁଜୁରାଟରେ ବିଶ୍ୱର ସର୍ବବୃହତ ଅଫିସ ସ୍ପେସ୍
ଗୁଜୁରାଟରେ ମୋଟ୍ ୩,୨୦୦ କୋଟି ମୂଲ୍ୟର ହୀରା ବ୍ୟବସାୟ ସଂସ୍ଥା ସୁରଟ ଡାଇମଣ୍ଡ ବୋର୍ସ ବିଶ୍ୱର ସବୁଠୁ ବଡ ଅଫିସ ସ୍ପେସ୍ ହେବାକୁ ଯାଉଛି ।
ଆମେରିକାର ପେଂଟାଗନଠାରୁ ବି ବଡ
ଗୁଜୁରାଟ: ଗୁଜୁରାଟରେ ବିଶ୍ୱର ସବୁଠୁ ବଡ ଅଫିସ ହେବାକୁ ଯାଉଛି ସୁରଟ ଡାଇମଣ୍ଡ ବୋର୍ସ । ମୋଟ୍ ୩,୨୦୦ କୋଟି ମୂଲ୍ୟର ଏହି ହୀରା ବ୍ୟବସାୟ ସଂସ୍ଥା । ପୂର୍ବରୁ ମୁମ୍ବାଇରେ ଥିବା ହୀରା କାରବାର ବ୍ୟବସାୟକୁ ସୁରଟକୁ ସ୍ଥାନାନ୍ତର କରାଯିବ । ମୁମ୍ବାଇରେ ସ୍ଥାନର ଅଭାବ ରହିଛି ଏବଂ ସେଠାରେ ରିଅଲ ଇଷ୍ଟେଟ୍ ମହଙ୍ଗା ମଧ୍ୟ । ତେଣୁ ଏହାକୁ ସୁରଟରେ ସ୍ଥାପିତ କରାଯିବ । ଡାଇମଣ୍ଡ ରିସର୍ଚ୍ଚ ଆଣ୍ଡ ମାର୍କେଂଟାଇଲ ସହରରେ ୬୬ ଲକ୍ଷ ବର୍ଗଫୁଟ ପରିମିତ ଅଂଚଳରେ ଏହି ସୁରଟ ଡାଇମଣ୍ଡ ବୋର୍ସ ନିର୍ମାଣ କରାଯାଇଛି, ଯାହାକି ବିଶ୍ୱର ସର୍ବବୃହତ ଅଫିସ୍ ସ୍ପେସ୍ ଯୁକ୍ତରାଷ୍ଟ୍ର ଆମେରିକାର ପେଂଟାଗନଠାରୁ ବି ବଡ । ଏହି ସୁରଟ ଡାଇମଣ୍ଡ ବୋର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନଭେମ୍ବର ୨୧ରେ ଉଦଘାଟନ କରିବାର ଯୋଜନା ଅଛି ।
ସୁରଟ ଡାଇମଣ୍ଡ ବୋର୍ସରେ ୩୦୦ ବର୍ଗଫୁଟରୁ ଆରମ୍ଭ କରି ୭୫୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ୪୨୦୦ରୁ ଅଧିକ କାର୍ଯ୍ୟାଳୟ ରହିଛି । ଏହି ବଜାରରେ ୯ଟି ଟାୱାର ସହ ପ୍ରତ୍ୟେକରେ ଗ୍ରାଉଣ୍ଡ ଓ ୧୫ ମହଲା ରହିଛି । ଏହା ସହ ଏଠାରେ ହୀରା ଗହଣାର ୨୭ଟି ଖୁଚୁରା ଦୋକାନ ଖୋଲାଯିବ । ଏଠାରେ ହୀରା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପ ଏବଂ ଭିତିଭୂମି, ଯେପରିକି ରଫ୍ ହୀରା ଏବଂ ପଲିସ୍ ହୋଇଥିବା ହୀରା ବିକ୍ରି, ହୀରା ଉତ୍ପାଦନ ଯନ୍ତ୍ରପାତି, ହୀରା ଯୋଜନାରେ ବ୍ୟବହୃତ ସଫ୍ଟୱେୟାର, ହୀରା ସାର୍ଟିଫିକେଟ୍ ଫାର୍ମ ଓ ଲ୍ୟାବରେ ଉତ୍ପାଦିତ ହୀରା ଇତ୍ୟାଦି ଉପଲବ୍ଧ ହେବ ।
ସୁରଟ ଡାଇମଣ୍ଡ ବୋର୍ସ କୋର କମିଟିରେ ୭ ଜଣ ସଦସ୍ୟ ଅଛନ୍ତି ଏବଂ ସୁରଟର ସବୁଠାରୁ ବଡ ହୀରା କମ୍ପାନୀ କିରଣ ଜେମ୍ସର ମାଲିକ ବଲ୍ଲଭ ଭାଇ ଲଖାନୀ ଏହାର ଅଧ୍ୟକ୍ଷ ଅଛନ୍ତି । ଅନ୍ୟ ୭ ଜଣଙ୍କ ମଧ୍ୟରେ ଧନେରା ହୀରାର ମାଲିକ ଅରବିନ୍ଦ ଧନେରା, ଶ୍ରୀରାମକୃଷ୍ଣ ଏକ୍ସପୋର୍ଟର ମାଲିକ ଗୋବିନ୍ଦ ଢୋଲକିଆ, ଭିନସ୍ ଜୁଏଲର୍ସର ମାଲିକ ସେବନ୍ତୀଭାଇ ଶାହା, କାପୁ ରତ୍ନର ମାଲିକ ଦିୟାଲଭାଇ ବାଘାନୀ, ଧର୍ମାନନ୍ଦନ ହୀରାର ମାଲିକ ଲାଲଜୀ ପଟେଲ ଏବଂ ସାବନୀ ବ୍ରଦର୍ସ ହୀରା ଫାର୍ମର ମାଲିକ ମାଥୁରଭାଇ ସାଭାନୀ ପ୍ରମୁଖ ସଦସ୍ୟ ଅଛନ୍ତି ।