ଲାଂଚ ନେବା ବେଳେ ଧରାପଡିଲେ ହରଭଙ୍ଗା ଆଇଆଇସି

୧ ଲକ୍ଷ ଟଙ୍କା ଲାଂଚ ନେବା ବେଳେ ଧରାପଡିଲେ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ।

୧ ଲକ୍ଷ ନେଉଥିଲେ ଲାଂଚ: ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ୧ ଲକ୍ଷ ଟଙ୍କା ଲାଂଚ ନେବା ବେଳେ ଧରାପଡିଲେ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ । ବାଲି ଉତୋଳନରେ ନିୟୋଜିତ ଶରତ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଗାଡି ଛାଡିବା ପାଇଁ ଆଇଆଇସି ୧ ଲକ୍ଷ ଟଙ୍କା ଲାଂଚ ମାଗିଥିଲେ । ତେଣୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଶରତ ଆଇଆଇସିଙ୍କୁ ୮୦ ହଜାର ଟଙ୍କା ଦେବା ସହ ତାଙ୍କର ଜବତ ଗାଡି ଛାଡି ଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପୁଷ୍ପଲତା ତାଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ । ଲାଂଚ ନେବା ସମୟରେ ହିଁ ଭିଜିଲାନ୍ସ ଧରିବା ସହ ଲାଂଚ ଟଙ୍କା ସବୁ ଜବତ କରିଛି । ତେବେ ଅଧିକ ତଦନ୍ତ ପାଇଁ ତାଙ୍କୁ ଫୁଲବାଣୀ ଥାନାକୁ ନିଆ ଯାଇଛି ।