ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି

ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ଯୋଗେ ରାଜଧାନୀ ଭୁବନେଶ୍ୱରରେ ଆସି ପହଂଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ ପ୍ରକାଶ!

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ଆରମ୍ଭ । ଟ୍ୱିନ ସିଟି କମିଶନରେଟ ପୋଲିସ ରିହର୍ସଲ ଆରମ୍ଭ କରି ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛି । ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ଯୋଗେ ରାଜଧାନୀ ଭୁବନେଶ୍ୱରରେ ଆସି ପହଂଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତର ପ୍ରଥମ ଦିନରେ ସେ ଅତୁଟ ବନ୍ଧନ ପରିବାର ଦ୍ୱାରା ପ୍ରାୟୋଜିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଓ ଓଡିଶା ରାଜଭବନରେ ଏକ ନୂତନ କୋଠା ବ୍ଲକର ଭିତିପ୍ରସ୍ତର ସ୍ଥାପନ କରିବେ । ଦ୍ୱିତୀୟ ଦିନ ଅର୍ଥାତ୍ ୨୬ ତାରିଖରେ ଓଡିଶା ହାଇକୋର୍ଟର ୭୫ ତମ ବାର୍ଷିକ ଉତ୍ସବର ସମାପନୀ ଉତ୍ସବରେ ଯୋଗ ଦେବା ସହ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହା ସହ ସେହି ଦିନ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ମଧ୍ୟ ଯୋଗ ଦେବେ । ସେହିପରି ତୃତୀୟ ଦିନ ଅର୍ଥାତ୍ ଜୁଲାଇ ୨୭ରେ ରାଜଭବନରେ ସ୍ୱତନ୍ତ୍ର ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ(ପିଜିଟି)ର ସଦସ୍ୟମାନଙ୍କ ସହ ଆଲୋଚନା କରିବେ । ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ସକରାତ୍ମକ ପରିବର୍ତନର ବର୍ଷର ଶୁଭାରମ୍ଭ କରିବେ ଓ ତମାଣ୍ଡୋସ୍ଥିତ ଦଶବଟିଆଠାରେ ଲାଇଟ ହାଉସ କମ୍ପେ୍ଲକ୍ସର ଭିତିପ୍ରସ୍ତର ସ୍ଥାପନ କରିବେ ।