ଲାଞ୍ଚ ନେଇ ଫସୁଛନ୍ତି ଜଣକ ପରେ ଜଣେ ଅଧିକାରୀ

ସୌର ପାନୀୟ ଜଳ ପ୍ରକଳ୍ପର ଚୂଡ଼ାନ୍ତ ବିଲ୍ ପ୍ରସ୍ତୁତ କରିବା ପାଇଁ ଜଣେ ସହକାରୀ ଯନ୍ତ୍ରୀ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି ଭିଜିଲାନ୍ସ।

ଏଥର ଭିଜିଲାନ୍ସ ସ୍କାନରରେ ବୌଦ୍ଧର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ

ଫୁଲବାଣୀ: ଭିଜିଲାନ୍ସ ବାରମ୍ବାର ଜଣକ ପରେ ଜଣେ ଅଧିକାରୀଙ୍କୁ ଲାଞ୍ଚ ନେବା ଅବସ୍ଥାରେ ଗିରଫ କଲେ ମଧ୍ୟ ଚେତୁ ନାହାନ୍ତି ଆଉ କିଛି ସରକାରୀ ଅଧିକାରୀ। କିଏ କୌଣସି ପ୍ରକଳ୍ପର ବିଲ୍ ପ୍ରସ୍ତୁତ ପାଇଁ ଲାଞ୍ଚ ନେଉଛନ୍ତି ତ ଆଉ କିଏ ସରକାରୀ କାମ କରାଇଦେବା ପାଇଁ ଲାଞ୍ଚ ନେଉଛନ୍ତି। ଏଥର ସୌର ପାନୀୟ ଜଳ ପ୍ରକଳ୍ପର ଚୂଡ଼ାନ୍ତ ବିଲ୍ ପ୍ରସ୍ତୁତ କରିବା ପାଇଁ ଜଣେ ସହକାରୀ ଯନ୍ତ୍ରୀ ଜଣେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି ଭିଜିଲାନ୍ସ।

ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଆରଡବ୍ଲୁଏସଏସର ପୂର୍ବତନ ସହକାରୀ ଯନ୍ତ୍ରୀ (ଅବସରପ୍ରାପ୍ତ) ଭାବଗ୍ରାହୀ ସାମନ୍ତରାୟ ବିଲ୍ ପାସ କରାଇଦେବା ପାଇଁ ଜଣଙ୍କଠୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୫,୦୦୦ ଟଙ୍କା ଜରିମାନା ଆଦାୟ କରିବାକୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭାବଗ୍ରାହୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନସନ ରଦ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି।