ମଣିପୁରରେ ଟପିଲା ବର୍ବରତାର ସୀମା: ହିଂସାକାଣ୍ଡ ଘଟଣାର ଧିରେ ଧିରେ ପର୍ଦ୍ଦାଫାଶ

ମଣିପୁରର ସେରୋ ଗାଁରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ଘର ଭିତରେ ବନ୍ଦ କରି ଆକ୍ରମଣକାରୀ ଜିଅନ୍ତା ନିଆଁ ଲଗାଇ ଦେଇଥିଲେ

୮୦ ବର୍ଷୀୟା ବୃଦ୍ଧାଙ୍କୁ ଜୀବନ୍ତ ଜାଳି ଦେଲେ

ମଣିପୁର: ମଣିପୁରର ସେରୋ ଗାଁରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ ତଥା ୮୦ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ଘର ଭିତରେ ବନ୍ଦ କରି ଏକ ଦୁର୍ବୃତ୍ତ ଗୋଷ୍ଠୀ ଜିଅନ୍ତା ନିଆଁ ଲଗାଇ ଦେଇଥିଲେ। ୮୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ତାଙ୍କ ସ୍ୱାମୀ ଏସ୍ ଚୁରାଚାନ୍ଦ ସିଂହ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯାହାଙ୍କୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ସମ୍ମାନିତ କରିଥିଲେ।

ସୂଚନାନୁସାରେ, ଗତ ମେ ୨୮ ତାରିଖରେ ସୋରୋଖାଇବାମ୍ ଇବେଟୋମ୍ବି ଘର ଭିତରେ ଥିବା ବେଳେ ତାଙ୍କୁ ଜୀବନ୍ତ ଜାଳି ଦେବା ପାଇଁ ଉଦ୍ୟମ କରି ଘର ବାହାରୁ ନିଆଁ ଲଗାଇ ଦିଆଯାଇଥିଲା। ତାଙ୍କ ଅଞ୍ଚଳରେ ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଘରେ ଛାଡ଼ି ଦେଇଥିଲେ ଓ ସେମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିଲେ। ଉକ୍ତ ବୃଦ୍ଧାଙ୍କୁ ଦୁର୍ବୃତ୍ତମାନେ କ୍ଷତି ପହଞ୍ଚାଇବେ ନାହିଁ ବୋଲି ତାଙ୍କ ପରିବାର ଲୋକେ ଭାବିଥିଲେ। କିନ୍ତୁ ୨ ମାସ ପରେ ଯେତେବେଳେ ତାଙ୍କ ପରିବାର ଲୋକ ସେହି ଘରକୁ ଯାଇଥିଲେ, ଜଳି ଯାଇଥିବା ଘରର ଭଗ୍ନାବଶେଷ ପଡି ରହିଛି, ହେଲେ ଇବେଟୋମ୍ବି ଜୀବିତ ନାହାନ୍ତି ବୋଲି ଦେଖିବାକୁ ପାଇଥିଲେ। ଇବେତୋମ୍ବିଙ୍କ ସ୍ୱାମୀ ସୋରୋଖାଇବମ୍ ଚୁରାଚାନ୍ଦ ମେଇତେଇ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ ୧୯୩୧ରୁ ୧୯୩୨ ପର୍ଯ୍ୟନ୍ତ ସିଲେଟ ଜେଲରେ ରହିଥିଲେ । ସ୍ୱାଧୀନତା ପରେ ସେ ସେରୋ ଗାଁର ପ୍ରଥମ ପ୍ରଧାନ ଥିଲେ । ତେବେ ମଣିପୁର ହିଂସାର ଘଟଣା ଏବେ ଧିରେ ଧିରେ ପର୍ଦ୍ଦାଫାସ ହେବାରେ ଲାଗିଛି। ରାଜ୍ୟରେ ଜାତିଗତ ହିଂସାକୁ ନେଇ ପରିସ୍ଥିତି ଉଦବେଗଜନକ ହେବାରେ ଲାଗିଛି।