ଓଡ଼ିଶା-ଆନ୍ଧ୍ର ବିଚ୍ଛିନ୍ନ

ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ ଜଳମଗ୍ନ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ମାଲକାନଗିରିରେ ଜଳମଗ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ କାଙ୍ଗୁରୁକୋଣ୍ଡା ପୋଲ ଜଳମଗ୍ନ ହୋଇ ବୁଡିଯାଇଛି। ଯାହାଫଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ରାସ୍ତା ଉପରେ ଜଳ ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ପ୍ରବଳ ବର୍ଷା ଯୋଗୁଁ କାଲିମେଳା ଅଞ୍ଚଳ ମଧ୍ୟ ଜଳବନ୍ଦୀ ହୋଇ ପଡ଼ିଥିବା ବେଳେ ଏହା ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇଯାଇଛି।